ସୁବର୍ଣ୍ଣପୁର: ଟିକା ପାଇଁ ପିଏଚ୍‌ସିରେ ରାତି ୨ଟାରୁ ଭିଡ଼, ଆଧାରକାର୍ଡ ରଖି ଲାଇନ୍‌ ଲଗାଉଛନ୍ତି ଲୋକେ

ସୁବର୍ଣ୍ଣପୁର: ଟିକା ପାଇଁ ପିଏଚ୍‌ସିରେ ରାତି ୨ଟାରୁ ଭିଡ଼, ଆଧାରକାର୍ଡ ରଖି ଲାଇନ୍‌ ଲଗାଉଛନ୍ତି ଲୋକେ

ଏସ୍‌. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଉଛି। ଟିକାକରଣ ସଂପର୍କରେ ସୂଚନା ପାଇବା କ୍ଷଣି ରାତି ୨ଟାରୁ ଲୋକେ ଡାକ୍ତରଖାନା ପହଞ୍ଚି ନିଜ ଆଧାରକାର୍ଡକୁ ଲାଇନ୍‌ରେ ରଖୁଛନ୍ତି।

publive-image

୧୫ ତାରିଖ ଦିନ ଡୁଙ୍ଗୁରିପାଲି ବ୍ଲକ୍‌ର ୬ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା ହୋଇଥିଲା। ରାମପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୬୦, ଟାଙ୍ଗରକର୍ଲେ ପ୍ରାଥମିକ ସ୍କୁଲରେ ୧୧୦ ଓ ବ୍ରାହ୍ମଣୀପାଲି ସ୍କୁଲରେ ୧୧୦ ଜଣଙ୍କୁ କେବଳ ଦ୍ବିତୀୟ ଡୋଜ୍ ଟିକା ଦେବାର ବ୍ୟବସ୍ଥା ହୋଇଥିଲା। ରାମପୁର ତଥା ଆଖପାଖ ଅଞ୍ଚଳର  ଲୋକେ ୧୪ ତାରିଖ ରାତି ଦୁଇଟାରୁ ଆସି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନିଜର ଆଧାର କାର୍ଡକୁ ଧାଡ଼ିରେ ରଖି ନିଜ ପାଇଁ ଟିକା ସଂରକ୍ଷିତ ରଖିଥିଲେ। ତେବେ ଟିକା ଦିଆଯିବା ଖବର ପାଇ କିଛି ଲୋକ ସକାଳ ୬ଟାରେ ଆସିବା ବେଳେ ରାମପୁର କେନ୍ଦ୍ରକୁ ଆସିଥିବା ୧୬୦ ଡୋଜ୍ (୧୩୦ ଅଫଲାଇନ୍ ଓ ୩୦ ଅନଲାଇନ୍) ଟିକା ବୁକ୍ ହୋଇ ସାରିଥିଲା। ତେବେ ଲୋକଙ୍କ ମଧ୍ୟରେ ଟିକାକୁ ନେଇ ସଚେତନତା ହେଉ କି ଆତୁରତା ହେଉ କରୋନା ସଂକ୍ରମଣରୁ ସୁରକ୍ଷା ଦୃଷ୍ଟିରୁ ଲୋକେ ଟିକା ନେବାକୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe