ରାଉରକେଲା: ଇସ୍ପାତ ଜେ‌ନେରାଲ ହସ୍ପିଟାଲ(ଆଇଜିଏଚ୍‌) ଔଷଧ ବିତରଣ କେନ୍ଦ୍ର ନିକଟରେ କାର୍ଯ୍ୟରତ ମହିଳା ସିଆଇଏସ୍‌ଏଫ୍‌ ଯବାନଙ୍କ ମୋବାଇଲ୍‌ ଲୁଟ୍‌ କରିବା ଲୁଟେରାକୁ ମହଙ୍ଗା ପଡ଼ିଛି।

Advertisment

ରୋଗୀଙ୍କ ସମ୍ପର୍କୀୟ ଓ ଆଇଜିଏଚ୍‌ କାର୍ଯ୍ୟରତ କର୍ମଚାରୀ ଲୁଟେରାକୁ ଧରି ନିର୍ଧୁମ ଛେଚିବା ସହ ସେକ୍ଟର-୧୯ ପୁଲିସ ଜିମା ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: ପୋଖରୀରୁ ଯୁବକଙ୍କ ଗୋଡ଼ହାତ ବନ୍ଧା ମୃତଦେହ ଉଦ୍ଧାର : ନିଖୋଜ ଥିଲେ, ହତ୍ୟା ସନ୍ଦେହ

ପୁଲିସ ଲୁଟେରାକୁ ଥାନା‌ରେ ଅଟକ ରଖିଛି। ଗୁରୁବାର ଅପରାହ୍ନରେ ଆଇଜିଏଚ୍‌ ଔଷଧ ବିତରଣ କେନ୍ଦ୍ର ନିକଟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଭିଡ଼ ଲାଗିଥିଲା। ସେଠାରେ ଜଣେ ମହିଳା ସିଆଇଏସ୍‌ଏଫ୍‌ ଯବାନ ଡ୍ୟୁଟି କରୁଥିଲେ। ଭିଡ଼ର ସୁଯୋଗ ନେଇ ଲୁଟେରା ଜଣକ ତାଙ୍କ ପକେଟରୁ ମୋବାଇଲ୍‌ ଲୁଟ୍‌ କରି ଚମ୍ପଟମାରୁଥିଲାବେଳେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ମାଡ଼ି ବସିଥିଲେ।

ଅଧିକ ପଢ଼ନ୍ତୁ: ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ,: ୩ କିମି କାନ୍ଧରେ ବୋହିଲେ କଫିନ

 sundargarh | Crime