ବନ୍ଦ କୋଠରୀରୁ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା : ସ୍ବାମୀକୁ ଗିରଫ କରି ଆଣିବା ବେଳେ ପୁଲିସକୁ ପିଟିଲେ ଲୋକେ

Advertisment
ବନ୍ଦ କୋଠରୀରୁ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା : ସ୍ବାମୀକୁ ଗିରଫ କରି ଆଣିବା ବେଳେ ପୁଲିସକୁ ପିଟିଲେ ଲୋକେ

ନବରଙ୍ଗପୁର: ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ଏହାକୁ ଜବତ କରିବା ଲାଗି ଘଟଣାସ୍ଥଳରେ ପହଞ୍ଚି ପୁଲିସ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛି। ନବରଙ୍ଗପୁର ଝରିଗାଁ ବ୍ଲକ ଝରିଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଏହି ଘଟଣାରେ ପୁଲିସ ଉକ୍ତ ମହିଳାଙ୍କ ସ୍ବାମୀଙ୍କୁ ଉଠାଇ ଆଣିବା ବେଳେ ଲୋକେ ପ୍ରବଳ ବିରୋଧ କରିଥିଲେ। ଗାଳିଗୁଲଜ କରିବା ସହ ପୁଲିସ କର୍ମଚାରୀଙ୍କୁ ମାରଧର କରିବାକୁ ପଛାଇ ନଥିଲେ। ଏହାକୁ ନେଇ ଉକ୍ତ ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା।

ସୂଚନା ଅନୁସାରେ  ଝରିଗୁଡ଼ା ଗାଁରେ ଏକ ବନ୍ଦ କୋଠରୀ ମଧ୍ୟରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।  ମୃତ ମହିଳା ହେଲେ ବଦ୍ରିକା ପନକା। ସେ ବିଗତ ତିନି ବର୍ଷ ତଳେ ଝରିଗୁଡାସ୍ଥିତ ସୁଶୀଲ ନାଗଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଜାତି ପ୍ରଥାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲେ ମଧ୍ୟ ମୃତ ମହିଳା ସ୍ବାମୀଙ୍କ ନିକଟରେ ରହୁଥିଲେ। ସୋମବାର ରାତିରେ ମହିଳା ଜଣକ ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଝିଅ ଘର ପକ୍ଷରୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରାଯାଇଛି । ଏ ନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ଏତଲା ପରେ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପାଇଁ ନେବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ମୃତ ମହିଳାଙ୍କ ପରିବାର ପକ୍ଷରୁ ଶବ ନେବାକୁ ଦିଆଯାଇ ନଥିଲା। ପରେ ଏକ ଘର ଭିତରେ ଲୁଚି ରହିଥିବା ମୃତ ମହିଳାଙ୍କ ସ୍ୱାମୀ ସୁଶିଲ ନାଗକୁ  ଡାବୁଗାଁ ପୁଲିସ୍  ଗିରଫ କରି ନେବା ସମୟରେ ସମ୍ପର୍କୀୟମାନେ ପୁଲିସକୁ ଗୋଡେଇ ଗୋଡେଇ ପିଟିଥିଲେ। ପୁଲିସ ଗାଡ଼ିକୁ ଭାଙ୍ଗିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ରିପୋର୍ଟ ଲେଖାଯିବା ବେଳକୁ ମୃତଦେହକୁ ପୁଲିସ ଜବତ କରିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe