ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

Advertisment
ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

କଟକ: ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକ ଧନେଶ୍ବର ବେହେରାଙ୍କ ପରିବାର ଓ ସଂପର୍କୀୟ। ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ବର ବେହେରା ଜଣେ ଦିନ ମଜୁରିଆ। ଗତକାଲି ସେ ପିଠାପଣା ଧରି ନିଜ ଝିଅ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ଆସି ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା, ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ଧନେଶ୍ବର ବେହେରାଙ୍କୁ ଉଠାଇନେଇଥିଲେ। ସେମାନେ ପିଟିପିଟି ମାରି ଦେଇଥିବାର ଅଭିଯୋଗ ହୋଇଛି।

ଏହି ଘଟଣାରେ ତିନିଜଣଙ୍କୁ ତୁରନ୍ତ ଗିରଫ କରାଯିବା ସହ ମୃତକ ଧନେଶ୍ବର ବେହେରାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ଲାଗି ଦାବି ହୋଇଛି। ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ୬୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ତେଣେ କଟକରୁ ଜଣେ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସୁଥିବାର ଖବର ମିଳିଛି। ଆଠଗଡ଼ ବନଖଣ୍ଡର ୨ ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ବି ଆଠଗଡ଼ ଥାନାରେ ଅଟକ ଅଛନ୍ତି। ଉଭୟଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe