ଦୁର୍ଗମ ଅଞ୍ଚଳରେ ବିକାଶ: ଯାତାୟତ ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ନିର୍ମିତ ପୋଲ ଭରସା

୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବ‌ର୍ଷ ପୂରିବ। ରାଜ୍ୟ ସରକାର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗମନାଗମନର ବ୍ୟାପକ ଅସୁବିଧା ରହିଛି।

Bridge

ମାଲକାନଗିରି: ଆଉ ୧୨ ବର୍ଷ ପରେ ଓଡ଼ିଶା ଶତବାର୍ଷିକୀ ପାଳନ କରିବ। ୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବ‌ର୍ଷ ପୂରିବ। ରାଜ୍ୟ ସରକାର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ  ମାଲକାନଗିରି ଜିଲ୍ଲାରେ ଗମନାଗମନର ବ୍ୟାପକ ଅସୁବିଧା ରହିଛି। ଅନେକ ଗ୍ରାମକୁ ଆଜି ବି ରାସ୍ତା ନାହିଁ। ଯେଉଁଠି ରାସ୍ତା ଅଛି, ସେହି ରାସ୍ତାରେ ନାଳ ଥିଲେ, ବ୍ରିଜ ନାହିଁ। ଲୋକେ ବର୍ଷ ବର୍ଷ ଧରି ଏଭଳି ଦୟନୀୟ ଅବସ୍ଥାରେ ଯିବା ଆସିବା କରୁଛନ୍ତି।

ମାଲକାନଗିରି ଜିଲ୍ଲାବାସୀଙ୍କର ବିକାଶ ପାଇଁ ସତେ ଅବା ରାଜ୍ୟ ସରକାର କିମ୍ବା ପ୍ରଶାସନର ନିଘା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାର କାଲିମେଳା ବ୍ଲକର ମାଲାଭରମ ପଞ୍ଚାୟତର କୁର୍ଶାନପାଲୀ ଠାରୁ ଘର୍ଷାପାଲୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଚକାଚକ ହୋଇଛି। ଏହି ରାସ୍ତାରେ ପଡୁଥିବା ଏକ ନାଳରେ ବ୍ରିଜ କାହିଁ କେଉଁ ଦିନରୁ ଭାଙ୍ଗି ଯାଇଛି। ଏଠାରେ ପୋଲ ନିର୍ମାଣ ପାଇଁ ନେତା ଅବା ପ୍ରଶାସନର ଦୃଷ୍ଟି ପଡୁ ନାହିଁ। ନିର୍ବାଚନ ସମୟରେ ନା ନେତା ମନ୍ତ୍ରୀ-ନେତାଙ୍କର ପାଦ ପଡୁଛି। ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳୁଛି।

ଭାଙ୍ଗି ଯାଇଥିବା ବ୍ରିଜ ଉପରେ ଗ୍ରାମବାସୀ କିଛି ସିମେଣ୍ଟରେ ତିଆରି ବିଦ୍ୟୁତ ପୋଲ ପକାଇ ସ୍ଥାନୀୟ ଲୋକେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟୁତ ଖୁଣ୍ଟ ଉପରେ ହିଁ ଯାନବାହାନ ମଧ୍ୟ ଯିବା ଆସିବା କରୁଥିବା ଗ୍ରାମବାସୀ କହନ୍ତି। ତେବେ କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ବିଶେଷ ଭାବେ ବାଇକ୍‌ ଚକ ପୁରୁଣା ହୋଇଥିଲେ, ଖସି ଯୁବାର ଆଶଙ୍କା ରହୁଛି। 

ବାରମ୍ବାର ଦୁଇ ଗ୍ରାମର ଗ୍ରାମବାସୀ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ତଥାପି କୌଣସି ସୁଫଳ ମିଳୁନାହିଁ। ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, ବର୍ଷା ଦିନେ ନାଳରେ ପାଣି ପ୍ରବାହିତ ହେଉଥିବାରୁ ଲୋକେ ନାଳ ପାର ହୋଇପାରୁନାହାଁନ୍ତି। ବିଦ୍ୟୁତ ଖୁଣ୍ଟ କେତେବେଳ ଧକ୍କା ଦେବ କେହି କହିପାରିବେ ନାହିଁ ବୋଲି କୁହାଯାଇଛି। ତୁରନ୍ତ ଏହି ନାଳ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ଦାବି ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe