ବାରୁଣୀ ସ୍ନାନ ଉପରେ ଲାଗିଥିବା କଟକଣାକୁ ମାନିଲେନି ଶ୍ରଦ୍ଧାଳୁ

Advertisment
ବାରୁଣୀ ସ୍ନାନ ଉପରେ ଲାଗିଥିବା କଟକଣାକୁ ମାନିଲେନି ଶ୍ରଦ୍ଧାଳୁ

ଯାଜପୁର: ବାରୁଣୀ ସ୍ନାନ ଉପରେ ଲାଗିଥିବା ୧୪୪ ଧାରା କଟକଣାକୁ ନ ମାନି ଶ୍ରଦ୍ଧାଳୁମାନେ ସ୍ନାନ ସହ ପତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି। ପରେ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ଓ ପୁଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇଥିଲେ। କିନ୍ତୁ ପ୍ରଶାସନ ଧର୍ମୀୟ ଭାବନାକୁ କୁଠାରଘାତ କରି ପିଣ୍ଡଦାନ ଓ ବୁଡ଼କୁ ଅନୁମତି ନ ଦେବାକୁ ବିରୋଧ କରିଛନ୍ତି ଶ୍ରଦ୍ଧାଳୁ।

ସୂଚନାଯୋଗ୍ୟ, ଆସନ୍ତା ୩୦ ତାରିଖ ବାରୁଣୀ ବୁଡ଼ର ସ୍ନାନ ଯୋଗ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ନିକଟରେ ୧୪୪ ଧାରା ଜାରି କରାଯାଇଛି। ୨୯ ଓ ୩୦ ତାରିଖ ପାଇଁ ଏହି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ।

ତେବେ କରୋନା କଟକଣା ପାଇଁ ୨ ବର୍ଷ ହେଲା ବାରୁଣୀ ବୁଡ଼ ବନ୍ଦ ରହିଥିଲା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆଶା ରଖିଥିଲେ। ଦଶାଶ୍ବମେଧ ଘାଟ ନିକଟରେ ଏକ ବ୍ୟାରେଜ ନିର୍ମାଣ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବାରୁଣୀ ବୁଡ଼ ବନ୍ଦ ନିଷ୍ପତ୍ତି ନିଆଯାଇଛି।

publive-image

ଯାଜପୁର ଜିଲ୍ଲାର ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପ୍ରତିବର୍ଷ ବାରୁଣୀ ବୁଡ଼ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ରାଜ୍ୟ ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପାଇଁ ଭିଡ଼ ଲଗାନ୍ତି। କିନ୍ତୁ କରୋନା ପାଇଁ ୨ ବର୍ଷ ହେଲା ବୁଡ଼ ଉପରେ କଟକଣା ରହିଥିବା ବେଳେ ଚଳିତ ବର୍ଷ ଏହି ସୁଯୋଗ ମିଳିବ ବୋଲି ଶ୍ରଦ୍ଧାଳୁ ଆଶା ରଖିଥିଲେ। କାରଣ ‌‌ଯେହେତୁ କୋଭିଡ କଟକଣା  କୋହଳ ରହିଛି ତେବେ ବୁଡ଼ ପାଇଁ ବ୍ୟବସାୟୀ ବି ଦୋକାନ ଖୋଲିବା ପାଇଁ ସ୍ଥାନ ଚିହ୍ନଟ କରି ସାରିଥିଲେ। କିନ୍ତୁ ହଠାତ୍ ପ୍ରଶାସନ ପକ୍ଷରୁ ବାରୁଣୀ ଘାଟରେ ଦୁଇ ଦିନିଆ ଅର୍ଥାତ୍ ୨୯ ଓ ୩୦ ତାରିଖ ପାଇଁ ବାରୁଣୀ ଘାଟରେ ୧୪୪ ଧାରା ଜାରି କରାଯାଇଛି। ଯେହେତୁ ବର୍ଷ ତମାମ ବାରୁଣୀ ଘାଟରେ ଜଳ ମହଜୁଦ ରଖିବା ପାଇଁ ଏକ ବ୍ୟାରେଜ ନିର୍ମାଣ ଜାରି ରହିଛି ତେଣୁ କୌଣସି ଦୁର୍ଘଟଣାକୁ ଏଡ଼ାଇବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଚଳିତ ବର୍ଷ ବାରୁଣୀ ବୁଡ଼ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇ ସର୍ବସାଧାରଣଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe