କରୋନା ଭୟ: ମିଳିଲାନି ଚାରି କାନ୍ଧ, ପରିବାର ଲୋକ ଟ୍ରଲିରେ ବୋହିଲେ ଶବ

କରୋନା ଭୟ: ମିଳିଲାନି ଚାରି କାନ୍ଧ, ପରିବାର ଲୋକ ଟ୍ରଲିରେ ବୋହିଲେ ଶବ

ବ୍ରହ୍ମପୁର: କରୋନାର କରୁଣ ଚିତ୍ର । ସଂକ୍ରମଣ ଭୟରେ ଶବ ସତ୍କାର ପାଇଁ ମିଳିଲାନି କାନ୍ଧ । ଗଂଜାମ ଜିଲ୍ଲା ବୁଗୁଡ଼ା ଏନଏସି ଅଂଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୁଗୁଡ଼ା ଅଂଚଳର ଜଣେ ଯୁବ ବ୍ୟବସାୟୀ ୮ରୁ ୧୦ ଦିନ ହେବ ଜ୍ୱରରେ ପୀଡିତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କର ପୂର୍ବରୁ ସ୍ୱାବ ସଂଗ୍ରହ କରାଯାଇ ନଥିବା ବେଳେ ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଲୋକେ ତାଙ୍କ ପାଖକୁ ଆସି ନଥିଲେ । ଏପରିକି ମର ଶରୀରକୁ ମଧ୍ୟ କାନ୍ଧ ଦେଇନଥିଲେ ଲୋକେ ।

publive-image

ଫଳରେ ଏକ ଟ୍ରଲି ସାହାଯ୍ୟରେ ଶ୍ମଶାନକୁ ନିଆଯାଇ ସତ୍କାର କରାଯାଇଛି । ଏହି ଘଟଣାକୁ  ନେଇ ସ୍ଥାନୀୟ ଅଂଚଳରେ ଭୟ  ସୃଷ୍ଟି ହୋଇଛି । ସେପଟେ ସେହି ଅଂଚଳରେ ଗତ ସପ୍ତାହକ ଭିତରେ ଅନେକ ଲୋକଙ୍କର ଏପରି ଆକସ୍ମିକ ଭାବେ ମୃତ୍ୟୁ ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୭୬୬ ଥିବା ବେଳେ ୫୪ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଜିଲ୍ଲାରେ ୧୯୫୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ଆଜି ୨୩୯ ଜଣ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

ସେହିପରି ଗତ ଦୁଇ ଦିନ ହେଲା ବାଙ୍କିର ଚର୍ଚ୍ଚିକା ସାହିର ଜଣେ ୭୫ ବର୍ଷିୟ ବୃଦ୍ଧା ରୋଗଗ୍ରସ୍ତ ହୋଇ ରାସ୍ତାରେ ପଡି ରହିଛନ୍ତି । ହେଲେ ତାଙ୍କୁ ସହୟତା ପାଇଁ ଜଣେ ବି ଆଗେଇ ନ ଆସିବା ସଭ୍ୟ ସମାଜ ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କରୋନା ଭୟ ଯେମିତି ଲୋକଙ୍କ ମଧ୍ୟରୁ ମଣିଷପଣିଆକୁ ମାରି ଦେଇଛି । ଆଖି ଆଗରେ ଜଣେ ବୃଦ୍ଧା ଅସହାୟ ହୋଇ ପଡି ରହିଛନ୍ତି, ହେଲେ ସହାୟତା ପାଇଁ କେହି ନ ଆସିବା ନିଶ୍ଚିତ ଭାବେ ଅତ୍ୟନ୍ତ ଦୁଃଖଦ ଘଟଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe