ବାଧକ ସାଜିଲା ମେଘାଚ୍ଛନ୍ନ ଆକାଶ : ନିରାଶ ହେଲେ ଛାତ୍ରଛାତ୍ରୀ ଓ ଜନସାଧାରଣ; ଦେଖିପାରିଲେ ନାହିଁ ସୂର୍ଯ୍ୟୋପରାଗ ଦୃଶ୍ୟ

Advertisment
ଲକଡାଉନରେ ଘରେ ରହି କିଭଳି ସମୟ ବିତାଇବେ ଛାତ୍ରଛାତ୍ରୀ? ପିଲାମାନଙ୍କୁ ୮ଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଫଟୋ : ବିଭୂତି

ଭୁବନେଶ୍ବର : ବହୁଚର୍ଚ୍ଚିତ ବିରଳ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ଆସିଥିବା ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି। ଆକାଶ ମେଘାଚ୍ଛନ୍ନ ଥିବା ହେତୁ ସବୁ ବ୍ୟବସ୍ଥା ଥାଇ ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଦେଖଣାହାରୀ। ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ବୁର୍ଲ୍ଲାସ୍ଥିତ ଏପିଜେ ଅବ୍ଦୁଲ କାଲାମ୍ ପ୍ଲାନେଟୋରିୟମକୁ ସୂର୍ଯ୍ୟୋପରାଗ ଦେଖିବାକୁ ଆସିଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଜନସାଧାରଣ ମେଘାଚ୍ଛନ୍ନ ଆକାଶ ଯୋଗୁଁ କ୍ଷୟପ୍ରାପ୍ତ ସୂର୍ଯ୍ୟଙ୍କୁ ଆଦୌ ଦେଖିପାରିନାହାନ୍ତି। ବୁର୍ଲାରେ ଝିପିଝିପି ବର୍ଷା ହେଉଥିବା ବେଳେ ଭୁବନେଶ୍ବରରେ ପାଗ ମେଘୁଆ ରହିଛି। ବହୁ ଛାତ୍ରଛାତ୍ରୀ ସୌରଚଷମା କିଣିଥିଲେ ହେଁ ତାର ଉପଯୋଗ କରିପାରି ନାହାନ୍ତି। ଉଲ୍ଲେଖଯୋଗ୍ୟ କି ପ୍ଲାନେଟୋରିୟମ୍ ପକ୍ଷରୁ ସୌର ଚଷମା, ୧୪ ନମ୍ବର ୱେଲ୍ଡିଂ କାଚ, ପିନ୍ ହୋଲ୍ ପ୍ରକ୍ଷେପଣ ଓ ଦର୍ପଣର ପ୍ରତିଫଳନ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବା ବ୍ୟବସ୍ଥା ହୋଇଥିଲା। ତେବେ ସୂର୍ଯ୍ୟୋପରାଗ ଆରମ୍ଭ ହେଉଥିବା ସମୟରେ ଅଳ୍ପ କିଛି ମିନିଟ୍ ଲାଗି ଏହି ଦୃଶ୍ୟ କିଛି ଦର୍ଶକ ଦେଖିବାକୁ ପାଇଥିବା କହିଛନ୍ତି।

publive-image

ସୂଚନା ମୁତାବକ, ପୂର୍ବରୁ ପ୍ଲାନେଟୋରିୟମ୍ ପକ୍ଷରୁ କୁହାଯାଇଥିଲା କି ସକାଳ ୯ଟା ୪୬ ମିନିଟରେ ଓଡ଼ିଶାରେ ସୂର୍ଯ୍ୟୋପରାଗର ସର୍ବାଧିକ ଅଂଶ ଦେଖାଯିବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେବ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଏହା ଅଧା ଖଣ୍ଡିଆ ଆକାରରେ ଦୃଶ୍ୟମାନ ହେବ। ତେଣୁ ଅଧିକାଂଶ ଦର୍ଶକ ଏହି ସମୟକୁ ଉପଭୋଗ କରିବାକୁ ଅପେକ୍ଷା କରି ରହିଥିଲେ, ପ୍ରତିକୂଳ ପାଗ ହେତୁ  ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପାଗ ମେଘୁଆ ରହିଥିବାରୁ ସମାନ ପରିସ୍ଥିତି ଉପୁଜିଛି। ସମ୍ବଲପୁର, ବାଲେଶ୍ବର ଓ ପୁରୀରେ ସୂର୍ଯ୍ୟୋପରାଗ ସ୍ପଷ୍ଟ ଦେଖାଯାଉ ନ ଥିବା ଖବର ହସ୍ତଗତ ହୋଇଛି।

ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଉଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟରୁ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଛି ଏବଂ ପୂର୍ବାହ୍ନ ୧୧ଟା ୨୮ ମିନି୍ଟରେ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe