ଅପହଞ୍ଚ  ବିଜ୍ରାଦର, ନିଷ୍ପେସିତ ଆଦିବାସୀ

Advertisment

ନିର୍ବାଚିତ ପ୍ରତିନିଧି କି ପ୍ରଶାସନିକ ଅଧିକାରୀଙ୍କୁ ଦେଖିନାହାନ୍ତି ଗାଁ ଲୋକ

ନିର୍ବାଚିତ ପ୍ରତିନିଧି କି ପ୍ରଶାସନିକ ଅଧିକାରୀଙ୍କୁ ଦେଖିନାହାନ୍ତି ଗାଁ ଲୋକ

ଅପହଞ୍ଚ  ବିଜ୍ରାଦର, ନିଷ୍ପେସିତ ଆଦିବାସୀ

ଭବାନୀପାଟଣା: ସ୍ୱାଧୀନତାର ୭୫ ବର୍ଷ ପରେ ବି ପରାଧୀନ ଭଳି ଜୀବନ ବଞ୍ଚୁଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗ୍ରାମବାସୀ। ବଣ ପାହାଡ଼ ଘେରା ଏହି ଗାଁ ସରକାରଙ୍କ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ୧୭ଟି ଆଦିବାସୀ ପରିବାର ଓ ୩ଟି ଦଳିତ ପରିବାରର ୧୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇଛି। ମୁଖ୍ୟତଃ ରାସ୍ତା ନ ଥିବା ବେଳେ ୮ କିମି ପାହାଡ଼ ଚଢ଼ି ବୁଢ଼ୀଦର ପଞ୍ଚାୟତକୁ ଆସିଥାନ୍ତି। କୌଣସି ଗର୍ଭବତୀ, ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ନେଇଥାନ୍ତି। ମୋବାଇଲ ନେଟୱାର୍କ ନ ଥିବା ଯୋଗୁଁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ। ନଳକୂପ ନ ଥିବା ବେଳେ ଝରଣା ପାଣିକୁ ପିଇ ଜୀବନ ବଞ୍ଚାଇଛନ୍ତି।

publive-image

ସମସ୍ତଙ୍କ ଘରେ ସୋଲାର ବିଜୁଳି ବ୍ୟବସ୍ଥା ରହିଛି, ମାତ୍ର ତାହା ନାଁ କୁ ମାତ୍ର ଗୋଟିଏ ବି ଲାଇଟ୍‌ ଜଳୁନାହିଁ। ଏହି ଗାଁରେ କୌଣସି ପ୍ରଶାସନ ଅଧିକାରୀ କିମ୍ବା ନିର୍ବାଚିତ ପ୍ରନିନିଧିଙ୍କ ପାଦ ପଡ଼ିନି। ଗ୍ରାମବାସୀ ସେମାନଙ୍କୁ ଚିହ୍ନି ମଧ୍ୟ ନାହାନ୍ତି। ଚାଳଘର ସ୍କୁଲ ଅଛି। ୨ଜଣ ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇଛନ୍ତି। କିନ୍ତୁ ଶିକ୍ଷକମାନେ ସ୍କୁଲ ଯାଆନ୍ତି ନାହିଁ। ଜଣେ ଝିଅ ଡମି ଶିକ୍ଷକ ଭାବେ ସ୍କୁଲ ଆସି କେବଳ ମଧ୍ୟାହ୍ନ ଭୋଜନ ଦେବା ପରେ ସ୍କୁଲ ବନ୍ଦ ହୁଏ। ବିଭାଗୀୟ ଅଧିକାରୀ କେବେ ପରିଦର୍ଶନରେ ଆସନ୍ତି ନାହିଁ।

ଗାଁରେ ନଳକୂପ ନାହିଁ। ଭତ୍ତା ଓ ରାସନ କାର୍ଡ ହିତାଧିକାରୀ ବିପଦସଂକୁଳ ପାହାଡ଼ ଅତିକ୍ରମ କରି ୧୫ କିମି ଦେଇ ବୁଢ଼ୀଦର ପଞ୍ଚାୟତ ଅଫିସକୁ ଆଣିବାକୁ ଯାଇଥାନ୍ତି। କେବେ ଏହି ବିଜ୍ରାଦର ଗ୍ରାମବାସୀ ସରକାରୀ ଯୋଜନାରେ ସାମିଲ ହେବେ? କେବେ ଉଇଁବ ବିକାଶର ସୂର୍ଯ୍ୟ? କେବେ ସ୍ୱଚ୍ଛ ପାଣି ପାଇବେ? କେବେ ଏହି ଗାଁର ପିଲା ହାତରେ ଟାଙ୍ଗିଆ ବଦଳରେ ଖାତା କଲମ ଧରିବେ, ତାହା ଦେଖିବାକୁ ବାକି ରହିଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସୂଚନାଥାଉକି, ଏହି ଗାଁକୁ ବର୍ତ୍ତମାନର ୫-ଟି ସଚିବ ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ବେଳେ ଚାଲି ଚାଲି ଉକ୍ତ ଅଞ୍ଚଳକୁ ଅଚାନକ ଗସ୍ତ କରି ବହୁ ଶିକ୍ଷକଙ୍କ ଦରମା ବନ୍ଦ କରିଥିଲେ। ତେବେ ବର୍ତ୍ତମାନ ଗ୍ରାମବାସୀ ଦୁଃଖକୁ ହୃଦୟଙ୍ଗମ କରି ୫ଟି ସଚିବ ଏଥିରେ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe