Advertisment

ପୋଲ କାମ ସରିବାର ଦୁଇବର୍ଷ ପରେ ବି ହେଲାନି ଆପ୍ରୋଚ୍‌ ରାସ୍ତା; ଶିଡ଼ି ପକାଇ ଯାତାୟାତ କରୁଛନ୍ତି ଅଞ୍ଚଳବାସୀ

Advertisment
ପୋଲ କାମ ସରିବାର ଦୁଇବର୍ଷ ପରେ ବି ହେଲାନି ଆପ୍ରୋଚ୍‌ ରାସ୍ତା; ଶିଡ଼ି ପକାଇ ଯାତାୟାତ କରୁଛନ୍ତି ଅଞ୍ଚଳବାସୀ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ର ପ୍ରସିଦ୍ଧ ରାଣୀପୁର ଝରିଆଲ ଯୋଗିନୀ ପୀଠ ନିକଟ ରାଣୀପୁର-ମଲକାସଡ଼ା ଟଙ୍ଗ ଯୋରରେ ଦୁଇବର୍ଷ ହେଲା ୬ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ କାମ ଶେଷ ହୋଇଛି। ହେଲେ ଆଜିଯାଏ ପୋଲକୁ ସଂଯୋଗ ରାସ୍ତା ନିର୍ମାଣ ହୋଇପାରି ନାହିଁ। ଫଳରେ ଅଞ୍ଚଳବାସୀ ବାଧ୍ୟ ହୋଇ ଶିଡ଼ି ପକାଇ ପୋଲ ଉପରକୁ ଚଢ଼ି ଯାତାୟାତ କରୁଛନ୍ତି। ଏପରିକି ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଏଭଳି ବିପଦସଂକୁଳ ଅବସ୍ଥାରେ ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି। ଏ ବିଷୟରେ ଆଗରୁ ଦାୟିତ୍ବରେ ଥିବା କଣ୍ଟାବାଞ୍ଜି ଆର୍‌ଡି ଏସ୍‌ଡିଓ ମାନସ ରଞ୍ଜନ ସିଂହଙ୍କୁ ପଚରାଯାଇଥିଲା। ସେ‌ତ‌େବେଳେ ଜମି ଅଧିଗ୍ରହଣ ସମସ୍ୟା ରହିଥିବାରୁ କାମ ଶେଷ ହୋଇ ପାରିନଥିଲା। କାମ ସମ୍ପୂର୍ଣ୍ଣ ହୋଇ ସାରିଥିଲେ ହେଁ ମାତ୍ର ଜଣେ ବ୍ୟକ୍ତିଙ୍କ ଜମି ଅଧିଗ୍ରହଣ ସମସ୍ୟା ରହିଥିଲା। ତାଙ୍କ ସହ ବୁଝାମଣା ସରିଯାଇଛି। ଚଳିତ ମାସ ଶେଷ ସୁଦ୍ଧା କାମ ହେବା ସମ୍ଭାବନା ଥିବା ସେ କହିଥିଲେ। ସେହିପରି ଏବେ ଉକ୍ତ ପୋଲର ଦାୟିତ୍ବରେ ଥିବା ଜେଇ ଗହ୍ମା ମାଝୀଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ ନଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଶୀଘ୍ର ସମସ୍ତ କାମ ସାରି ଏହାକୁ କାର୍ଯ୍ୟକ୍ଷମ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଅଞ୍ଚଳବାସୀ ଧମକ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe