ଲକଡାଉନ୍ ପାଇଁ ଭଦ୍ରକ‌ ସହର ଦିନ ୧୨ଟାର ପରେ ଶୂନ୍‌ଶାନ୍‌

Advertisment

କରୋନା ମିଟର ଦ୍ବିତୀୟ ଦିନରେ ବି ତଳମୁହାଁ  

କରୋନା ମିଟର ଦ୍ବିତୀୟ ଦିନରେ ବି ତଳମୁହାଁ  

ଲକଡାଉନ୍ ପାଇଁ ଭଦ୍ରକ‌ ସହର ଦିନ ୧୨ଟାର ପରେ ଶୂନ୍‌ଶାନ୍‌

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଗତ କିଛିଦିନ ହେଲା ଅଣାୟତ ହୋଇଥିବା ବେଳେ ଜିଲ୍ଲାବାସୀଙ୍କ ଭିତରେ ଆତଙ୍କ ‌ଖେଳାଇଛି । ଏତେ ସଂଖ୍ୟକ  କରୋନା ରୋଗୀଙ୍କ ଚିକିତ୍ସା କିଭଳି ହେବ ତାହକୁ ନେଇ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ବି ଚିନ୍ତାରେ ପଡିଯାଇଥିଲା। ଗତକାଲିଠାରୁ କରୋନା ମିଟର ତଳମୁହାଁ ହୋଇଥିବା ବେଳେ ଆଜି ମଧ୍ୟ କରୋନା ମିଟର ତଳମୁହାଁଯ ହୋଇଛି। ଗତକାଲି ୬୩  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ନୂଆ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୮୬ ଜଣ  ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେସୁଦ୍ଧା ଜିଲ୍ଲାରେ ୧୨୩୭ ଜଣ ଆକ୍ଟିଭ୍ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଜିଲ୍ଲାରେ ଆଜିସୁଦ୍ଧା ୨୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୬ ଜଣ ଆକ୍ରାନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ୪୬ ଜଣ ଆକ୍ରାନ୍ତ ଅନ୍ୟ କୋଭିଡ୍ କେୟାର କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।  ଜିଲ୍ଲାରେ ମୋଟ ୧୦୨ ଜଣ ଆକ୍ରାନ୍ତ ମେଡିକାଲରେ ରହି  ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ସମସ୍ତ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣ ରୋଗୀଙ୍କୁ ଅକ୍ସିଜେନ୍ଦି ଆଯାଇ ଚିକିତ୍ସିତ କରାଯାଉଛି। କିନ୍ତୁ ସଂଖ୍ୟାଧିକ କୋଭିଡ ରୋଗୀ ଏବେ ନିଜ ଘରେ ହୋମ୍  ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଯାହା କି କୋଭିଡ୍ ରୋଗୀଙ୍କ ପାଇଁ  ଅଧିକ ଚିନ୍ତା ବଢାଇଛି।

ଅନ୍ୟପକ୍ଷ‌ରେ ଆଜି ଠାରୁ ଭଦ୍ରକ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଲକ୍ ଡାଉନ୍ ନିୟମ ଲାଗୁ କରାଯାଇଥିବା ବେଳେ ଏଇ ନିୟମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କଡାକଡି ପାଳନ କରାଯି ବୋଲି ଭନ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ କହିଥିବା ବେଳେ ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଦ୍ରକ ଏସପି ଚରଣ ସିଂ ମୀନା କହିଛନ୍ତି। ଆଜି ମଧ୍ୟ ଭଦ୍ରକ ଏସପି ଭଦ୍ରକ ସହରର ବିଭିନ୍ନ ଛକ ସ୍ଥାନଗୁଡି‌କରେ ନିଜେ ଠିଆ ହୋଇ ସହରର ପରିସ୍ଥିତି ଉପରେ ନଜର ରଖିବା ସହ ଦୋକାନ ବଜାର କିଭଳି ନିର୍ଦ୍ଧାରିତ ସମୟ ଭତରେ ବନ୍ଦ ହେବ ତାହାକୁ ତଦାରଖ କରିଥିଲେ।

publive-image

ଲକଡାଉନ୍ ସମୟରେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ଜିନିଷ ପାଇଁ ଲୋକଙ୍କୁ ବାହାରକୁ ବାରିବାକୁ ଥିବା ବେଳେ ପୁଲିସ ଏହାର ସଠିତ ତଥ୍ୟ ଦେଇ ଯିବାକୁ କୁହାଯାଇଛି।  ଆଜି ସକାଳୁ ଲକ୍ ଡାଉନ୍ ନିୟମକୁ ମାନି ଅଧିକାଂଶ ଲୋକ ଚାଲି ଚାଲି ଭଦ୍ରକ ସହରକୁ ଆସି ନିଜର ମାର୍କେଟିଂ କିରିଥିବା ‌ବେଳେ ସହର ଭିତରେ କେହି ଯେଭଳି ଅଯଥା ଗହଳି ନକରିବେ ସେଥିପାଇଁ ପୁଲିସ ପକ୍ଷରୁ କଡା ପହରା ଦିଆଯାଇଥିଲା । ଲୋକଙ୍କ ଭିତରେ ସାମାଜିକ ଦୂରତା ରକ୍ଷା କରିବା ଓ ଲକଡାଉନ୍ ନିୟମକୁ ମାନିବା ପାଇଁ ବିଭିନ୍ନ ଛକ ସ୍ଥାନରେ ୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଭଦ୍ରକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳ ୫ଟାରୁ ଦୋକାନ ବଜାର ଖୋଲାଯାଇ ନିର୍ଦ୍ଧାରିତ ସମୟ ଦିନ ୧୨ଟା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଥିଲା। ଦୋକାନ ବଜାର ବନ୍ଦ ହେବା ପରେ ଲୋକମାନେ ନିଜ ନିଜ ଘରକୁ  ନିଜର ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଘରକୁ ଫେରିଯାଇଥିଲେ। ସହର ଭିତରେ କେବଳ ଔଷଧ ଦୋକାନ ଖୋଲା  ରହିଥିଲା। ଆଜିର ପ୍ରଥମ ଦିନର ଲକ୍ ଡାଉନ୍ ବେଳେ ଭଦ୍ରକ ସହର ହୋଇଛି ଦିନ ୧୨ଟା ପରେ ଖାଁ ଖାଁ।  ସଂଧ୍ୟାରେ ସାରା ସହର  ଭିତରେ ଶୂନ୍ୟତା ବିରାଜମାନ କରିଛି। ଗତ ବର୍ଷ ଲକଡାଉନ୍ ବେଳେ ଯାହା ସ୍ଥିତି ହୋଇଥିଲା। ଏର୍ବ ମଧ୍ୟ ପୁଣି ସହରର ସେଇ ସ୍ଥିତି ଫେରି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe