ଉଚ୍ଛେଦ ପରେ ଅନ୍ଧାରରେ ବିସ୍ଥାପିତ, ଭୋକଉପାସରେ ରହିଲେ

Advertisment
ଉଚ୍ଛେଦ ପରେ ଅନ୍ଧାରରେ ବିସ୍ଥାପିତ, ଭୋକଉପାସରେ ରହିଲେ

ଚମକପୁର: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦ ପ୍ରକ୍ରିଆ ଜାରି ରହିଛି। ଗତକାଲି ରେଭେନ୍ସାପୁର (କ) ଗ୍ରାମରେ ଘର ଭଙ୍ଗାଯାଇଥିବା ବେଳେ ଆଜି ମୁରୁସୁଆଁ ଗ୍ରାମରେ ଘର ଭଙ୍ଗାଯାଇଛି। ଘର ଭଙ୍ଗାଯିବା ପରେ କିଛି ବିସ୍ଥାପିତ ପରିବାର ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି। ଅନେକ ସେହି ଗାଁରେ ପଲିଥିନ ଟାଣି ରହୁଛନ୍ତି। ଘର ଭାଙ୍ଗିବା ପାଇଁ ଲାଇନ୍‌ କଟା ଯାଇଥିବାରୁ ଲୋକେ ଅନ୍ଧାରରେ ଅଛନ୍ତି। ଅଧିକାଂଶଙ୍କ ଘରେ ଚୁଲି ଜଳିନି।

ରେଭେନ୍ସାପୁର (କ), ରେଭେନ୍ସାପୁର (ଖ) ଓ ମୁରୁସୁଆଁ ଗ୍ରାମକୁ ଉଚ୍ଛେଦ କରିବା ପାଇଁ କର୍ତ୍ତୃପକ୍ଷ ନୋଟିସ ଦେଇଥିଲେ। ଏନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଥିଲା। ତେବେ କିଛିଦିନ ହେବ ବର୍ଷା ଲାଗି ରହିଥିବାରୁ ଲୋକେ ଗ୍ରାମ ଉଚ୍ଛେଦକୁ ବିରୋଧ କରିଥିଲେ। ଏହାସତ୍ତ୍ବେ ଗତକାଲିଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ରେଭେନ୍ସାପୁର (କ) ପରେ ଆଜି ମୁରସୁଆଁ ଗ୍ରାମରେ ଘର ଭଙ୍ଗାଯାଇଛି। ୨୬୭ଜଣ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଆଜି ୧୮୦ଜଣଙ୍କ ଘର ଭଙ୍ଗାଯାଇଛି। ଆସନ୍ତାକାଲି ବାକି ୮୭ଜଣଙ୍କ ଘର ଭଙ୍ଗାଯିବ ବୋଲି ସୂଚନା ମିଳିଛି। ଘର ଭାଙ୍ଗିବା ବେଳେ ତୁହାକୁ ତୁହା ବର୍ଷା ହେଉଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରର ଜିନିଷପତ୍ର ବର୍ଷାରେ ନଷ୍ଟ ହୋଇଯାଇଛି। ଲୋକେ ପଲିଥିନ ତଳେ ଛୁଆପିଲାଙ୍କୁ ଧରି ଆଶ୍ରୟ ନେଇଛନ୍ତି।ଅଧିକାଂଶ ପରିବାର ଭୋକଉପାସରେ ଥିବା କହିଛନ୍ତି। ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe