ପିଡ଼ିଏସ୍ ସାମଗ୍ରୀ ପାଇଁ ହଟହଟା ହେଉଛନ୍ତି ହିତାଧିକାରୀ: ୫ ମାସ ହେଲା ମିଳିନି ଚାଉଳ

Advertisment
ପିଡ଼ିଏସ୍ ସାମଗ୍ରୀ ପାଇଁ ହଟହଟା ହେଉଛନ୍ତି ହିତାଧିକାରୀ: ୫ ମାସ ହେଲା ମିଳିନି ଚାଉଳ

ହାଟଡିହି: ସରକାର ଗରିବ ଲୋକମାନଙ୍କୁ ଖାଦ୍ୟସୁରକ୍ଷା ଯୋଜନାରେ ମାସକୁ ମାସ ଚାଉଳ, କିରାସିନି ଓ ଗହମ ଯୋଗାଇଦେଉଥିବା ବେଳେ କିଛି ଅଧିକାରୀଙ୍କ ପାଇଁ ଯୋଜନାରୁ ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ଏହିଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାତଡ଼ିହି ବ୍ଲକ କଳିଗାଁ ପଞ୍ଚାୟତରେ। ଏହି ପଂଚାୟତରେ ୫୦ଭାଗ ଲୋକ ୫ମାସ ଧରି ଚାଉଳ, ଗହମ ପାଇ ନଥିବାବେଳେ ୯ମାସ ହେଲା କିରାସିନି ପାଇ ନାହାନ୍ତି। ବାରମ୍ବାର ପଂଚାୟତ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି।

ଆଜି ଚାଉଳ ଦିଆଯିବ ବୋଲି କୁହାଯାଇଥିବାରୁ କଇଥଗଡ଼ିଆ, ଶାଳକଣିଆ ଗ୍ରାମର ୪ଟି ୱାର୍ଡର ଶହଶହ ଲୋକ ପଞ୍ଚାୟତକୁ ଚାଉଳ ପାଇଁ ଆସିଥିଲେ। କିନ୍ତୁ ଲୋକମାନେ ଦେଖିବାକୁ ପାଇଥିଲେ ଯେ, ପଞ୍ଚାୟତରେ ତାଲା ପଡିଛୁି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ବି କେହି ନ ଆସିବାରୁ ଏହାର ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ଖାଲି ଆଜି ନୁଁହ ସବୁବେଳେ ରେସନ ସାମଗ୍ରୀ ବଣ୍ଟନରେ ସେମାନଙ୍କୁ ଅବହେହଳିତ କରାଯାଉଛି ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।

publive-image

ଏ ସମ୍ପର୍କରେ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ ଅଭିଯୋଗକୁ ସ୍ୱୀକାର କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟରେ ରାସନ ସାମଗ୍ରୀ ଗଛିତ ଅଛି ବୋଲି କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ କି ପଞ୍ଚାୟତ କାର୍ଯ୍ୟାଳୟରେ ସାମଗ୍ରୀ ଗଛିତ ରହିଲେ ହିତାଧିକାରୀଙ୍କ ପେଟ କ’ଣ ପୁରିଯିବ କି? ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି।

,, ,,,

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe