ବାର୍‌ହା ମାଂସ ଭାବି କୁକୁର ମାଂସ ଖାଇଲେ ଲୋକେ!

ବାର୍‌ହା ମାଂସ ଭାବି କୁକୁର ମାଂସ ଖାଇଲେ ଲୋକେ!

ଝାରସୁଗୁଡ଼ା: ଲୋକମାନେ ମାଂସ ଖାଇବା ପାଇଁ ପାଗଳ ହୋଇ ଯାଉଛନ୍ତି। ସାମ୍ନାରେ ଯାହା ମିଳିଲା ତାହା ଖାଇ ଯାଉଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଶୁକ୍ରବାର ଲୋକଲୋଚନକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ବାଘମୁଣ୍ଡା ପଞ୍ଚାୟତ ଜୟପୁର ଗ୍ରାମର ଏକ ପଡ଼ାରେ ଗୁରୁବାର ବାର୍‌ହା ମାଂସ ଖାଇଥିଲେ। ଜଣେ ବ୍ୟକ୍ତି ବାର୍‌ହା ମାଂସ ଆଣି ଗ୍ରାମରେ ଦେବା ପରେ ସମସ୍ତେ ତାକୁ ଖାଇଥିଲେ। ଗ୍ରାମରେ ପ୍ରଚାର ହୋଇଥିଲା ଯେ, ଗୁରୁବାର ସେମାନେ ଖାଇଥିବା ମାଂସ ବାର୍‌ହା ନୁହେଁ ଏକ ବୁଲା କୁକୁରର ମାଂସ। ସୋସିଆଲ ମିଡ଼ିଆରେ ଏହି ଗ୍ରାମରେ କୁକୁର ମାଂସକୁ ବାର୍‌ହା ମାଂସ ଭାବି ଖାଇଥିବା ନେଇ ଫଟୋ ସହିତ ଭାଇରାଲ ହେବା ପରେ ମାଂସ ଖାଇଥିବା ଲୋକ ଲଖନପୁର ଥାନାରେ ପହଞ୍ଚି ମାଂସ ଦେଇଥିବା ଲୋକଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇ ପୁଲିସ ମାଂସ ଦେଇଥିବା ଲୋକକୁ ଥାନାକୁ ଆଣି ପଚରା ଉଚୁରା କରିଥିଲା। ପରେ ଉଭୟ ପକ୍ଷ ଆପୋଷ ବୁଝାମଣା କରି ଫେରିଯାଇଥିବା ଲଖନପୁର ଥାନା ଅଧିକାରୀ ବୈକୁଣ୍ଠନାଥ ସେଠ୍‌ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe