Police Commissionerate
ଭୁବନେଶ୍ବର: କମିସନରେଟ ପୁଲିସ ଅନ୍ତର୍ଗତ ଲକ୍ଷ୍ମୀସାଗର ଅଞ୍ଚଳରେ ଗୋଷ୍ଠୀ କନ୍ଦଳ ଦେଖାଯାଇଛି। ମାରପିଟରେ ଖଣ୍ଡିଆ ଖାବରା ହେଲା ପରେ ଦୁଇ ଗୋଷ୍ଠୀର ଲୋକେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଜନୈକ ରାଜନୈତିକ ବ୍ୟକ୍ତିଙ୍କ ନାଁ କହି ଏହି ଗଣ୍ଡଗୋଳ ହୋଇଥିବା ନେଇ ଲକ୍ଷ୍ମୀସାଗର ନିଳକଣ୍ଠେଶ୍ୱର ମଣ୍ଡପ କ୍ଳବର ଯୁବକମାନେ ଥାନାରେ ଅଭିଯୋଗ କରିଛନ୍ତି।
ତେବେ ସାମାନ୍ୟ ବଚସାରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବାଇଁଆ ଜେନାଙ୍କ ଲୋକ ବୋଲି କହି ଜଣେ ସ୍ତ୍ରୀ ଲୋକ ମାଡ଼ ମାରିଥିବା ନେଇ କ୍ଳବ ପିଲାମାନେ ଅଭିଯୋଗ କରିଥିବା ବେଳେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ରାଜରାସ୍ତାକୁ ଓହ୍ଲାଇବା ଦାବି କରିଛନ୍ତି। କିନ୍ତୁ ଅନ୍ୟପକ୍ଷରେ ମହିଳା ଜଣକ ପାଲଟା ଅଭିଯୋଗ ଆଣିଛନ୍ତି। କିଛି ଯୁବକ ତାଙ୍କ ପୁଅକୁ ଏବଂ ପୁତୁରାକୁ ମାଡ଼ ମାରିଥିଲେ। ସେ ପଚାରିବାରୁ ତାଙ୍କୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି। ସେ ନିଜେ ରାଜନୈତିକ ଦଳ ସହ ସଂପୃକ୍ତ ଥିବାରୁ ତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେବାକୁ ଧମକ ଦେଉଥିବା ସେ କହିଛନ୍ତି ।
Follow Us