ଥୁଆମୂଳ ରାମପୁର ଅଞ୍ଚଳର ହଜାର ହଜାର ପୁରୁଷ ଓ ମହିଳା ବାଜା ବଜାଇ, ବନ୍ଦାପନା କରି ଡାକ୍ତରଙ୍କୁ ବିଦାୟ ଦେଲେ

Advertisment
ଥୁଆମୂଳ ରାମପୁର ଅଞ୍ଚଳର ହଜାର ହଜାର ପୁରୁଷ ଓ ମହିଳା ବାଜା ବଜାଇ, ବନ୍ଦାପନା କରି ଡାକ୍ତରଙ୍କୁ ବିଦାୟ ଦେଲେ

ଥୁଆମୂଳ ରାମପୁର : ଡାକ୍ତରଙ୍କୁ ଦ୍ବିତୀୟ ଈଶ୍ବର ବୋଲି କୁହାଯାଏ। ଅନେକ ଡାକ୍ତର ନିଜର ସେବା ପାଇଁ ସବୁଦିନ ପାଇ ଜନମାନସରେ ରହି ଆସିଛନ୍ତି। ଏପରି ଜଣେ ଡାକ୍ତରଙ୍କ ଗତ ମଙ୍ଗଳବାର ଦିନ ଅନ୍ୟତ୍ର ବଦଳି ହେଉଥିବା ଜାଣି ଥୁଆମୂଳ ରାମପୁର ଅଞ୍ଚଳର ହଜାର ହଜାର ପୁରୁଷ ଓ ମହିଳା ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଗେଇ ଆସିଥିଲେ। ବାଜା ବଜାଇ, ବନ୍ଦପନା କରି ସେମାନଙ୍କ ପ୍ରିୟ ଡାକ୍ତର ଅବିନାଶ ରଥଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭ ମନାସି ବିଦାୟ ଦେଇଥିଲେ। ସେତେବେଳେ ସମସ୍ତଙ୍କ ଆଖି ଲୁହରେ ଛଳଛଳ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ଏପରିକି ଆଦିବାସୀ ଅଞ୍ଚଳର‌ ଲୋକମାନଙ୍କ ମଧ୍ୟରେ ଥିବା ଏପରି ଭଲ ପାଇବା ଦେଖି ଡାକ୍ତର ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ। ସେ ବି କାନ୍ଦି ପକାଇଥିଲେ।

publive-image

ପ୍ରକାଶଥାଉକି, ଡାକ୍ତର ରଥଙ୍କୁ ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲକୁ ବଦଳି କରାଯାଇଛି। ସୂଚନା ମୁତାବକ, ଗତ ୫|୬ା୨୦୧୫ ମସିହାରେ କଳାହାଣ୍ତି ଜିଲାର ଆଦିବାସୀ ଅଧ୍ୟୁଷିତ ତଥା ବଣ ଜଙ୍ଗଲ ଘେରା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରଥ ଯୋଗ ଦେଇଥିଲେ। ପ୍ରାୟତଃ ଯୋଗାଯୋଗ ନଥିବା ଏହି ଅଞ୍ଚଳରେ କାମ କରିବାକୁ କେହି ପସନ୍ଦ କରୁନଥିଲେ। ହେଲେ ଡାକ୍ତର ମିଶ୍ର ସେଠାରେ ଯୋଗଦେବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଭଙ୍ଗା ଦଦରା ଡାକ୍ତର କ୍ବାର୍ଟର୍ସରେ ରହୁଥିଲେ। ୨୪ ଘଣ୍ଟା ନିଜକୁ ରୋଗୀ ସେବାରେ ନିୟୋଜିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe