ହାଟଡ଼ିହି : ହାଟଡ଼ିହି ତହସିଲ ଅଧୀନସ୍ଥ ବଞ୍ଚୋ ବାଲିଘାଟରୁ ବେନିୟମ ଭାବେ ବାଲି ଉଠାଣ ହେଉଥିବା ଅଭିଯୋଗ କରି ଆଜି ବଞ୍ଚୋ ଓ ସିଙ୍ଗଡୋବ ଗ୍ରାମବାସୀଙ୍କ ପକ୍ଷରୁ ହାଟଡିହି ତହସିଲ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରାଯାଇଛି। ସେମାନେ ବଞ୍ଚୋ ବାଲିଘାଟରୁ ବେନିୟମ ବାଲିଉଠାଣକୁ ବିରୋଧ କରିଥିଲେ। ଉକ୍ତ ବାଲିଘାଟରୁ ସରକାରୀ ନୀତି ନିୟମାନୁଯାୟୀ ବାଲିଉଠାଣ କରିବା ପାଇଁ ଦୀର୍ଘ ଦିନ ହେଲା ଅଭିଯୋଗ କରିଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଅନଶନରେ ବସିଥିବା କହିଛନ୍ତି। ପ୍ରଶାସନ ପଦକ୍ଷେପ ନନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।
ବେନିୟମ ବାଲି ଉଠାଣକୁ ବିରୋଧ : ବଞ୍ଚୋ, ସିଙ୍ଗଡ଼ୋବ ଗ୍ରାମବାସୀଙ୍କ ଅନଶନ
Advertisment
Follow Us