ବିଧାୟକ ନୃସିଂହ ସାହୁ ହଟହଟା

Advertisment

ପଟ୍ଟା ବାଣ୍ଟିବାକୁ ଆସିଥିବା ବେଳେ ଲୋକେ ଘେରିଲେ, ଗାଡ଼ିକୁ ବ୍ଲକ୍‌ କାର୍ଯ୍ୟାଳୟକୁ ଛାଡ଼ିଲେନି

ପଟ୍ଟା ବାଣ୍ଟିବାକୁ ଆସିଥିବା ବେଳେ ଲୋକେ ଘେରିଲେ, ଗାଡ଼ିକୁ ବ୍ଲକ୍‌ କାର୍ଯ୍ୟାଳୟକୁ ଛାଡ଼ିଲେନି

ବିଧାୟକ ନୃସିଂହ ସାହୁ ହଟହଟା

ପର୍ଜଙ୍ଗ : ଭୂମିହୀନମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ସ୍ଥାନୀୟ ବିଧାୟକ ଡା. ନୃସିଂହ ସାହୁଙ୍କୁ ସୋମବାର ଦିନ ହଟହଟା ହେବାକୁ ପଡ଼ିଛି। ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ କରି ଲୋକମାନେ ଘେରିଯିବାରୁ ‌ତାଙ୍କୁ କିଛିସମୟ ଅଟକିବାକୁ ପଡ଼ିଥିଲା। ପରେ, ପୁଲିସ ସହଯୋଗରେ କାର୍ଯ୍ୟକ୍ରମରେ ଯୋଗଦେଇ ଭତ୍ତା ବଣ୍ଟନ କରିଥିବା ଜଣାପଡ଼ିଛି।

ବ୍ଲକ୍‌ କାର୍ଯ୍ୟାଳୟଠାରେ ସୋମବାର ଦିନ ବିଡିଓ ସଂଗ୍ରାମ କେଶରୀ ଭଳଙ୍କ ଅଧ୍ୟକ୍ଷତାରେ ବସୋଇ ଓ ଜୟପୁରାକାଟେଣୀ ପଞ୍ଚାୟତର ୫୧ ଜଣ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ ପାଇଁ ସ୍ଥିର ହୋଇଥିଲା। ସ୍ଥାନୀୟ ବିଧାୟକ ଡା. ନୃସିଂହ ସାହୁ  ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟାରେ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ସେଠାରେ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ, ସାଧାରଣ ଜନତା ବିଧାୟକଙ୍କ ଗାଡ଼ିକୁ ଭିତରକୁ ଯିବାକୁ ବିରୋଧ କରିଥିଲେ। ତୀବ୍ର ବିରୋଧ ଫଳରେ ସ୍ଥାନୀୟ ବିଧାୟକଙ୍କୁ ସେଠାରେ ଅଟକି ରହିବାକୁ ପଡ଼ିଥିଲା। ପରେ ବିଧାୟକଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ପୁଲିସ ସହଯୋଗରେ ସୁରକ୍ଷିତ ଭାବେ ସଭାଗୃହକୁ ନେଇ ପଟ୍ଟା ବଣ୍ଟନ କରିଥିଲେ।

ସୂଚନାଥାଉକି, ଗତ ମେ ୨୦ ତାରିଖରେ ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ବିଧାୟକ ଡା. ସାହୁ ଫେରିବା ବେଳେ ମଧ୍ୟ ବିଜେପି କର୍ମୀଙ୍କ ବିରୋଧ ଯୋଗୁଁ ହଟହଟା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe