ପ୍ରବଳ ବର୍ଷାକୁ ନାହିଁ ଡର; ମା’ଙ୍କ ପୂଜା ପାଇଁ ଏହି ସହର ଉତ୍ସବମୁଖର

Advertisment

ପ୍ରବଳ ବର୍ଷା ସତ୍ତ୍ବେ ପୂଜା ମଣ୍ଡପରେ ପ୍ରବଳ ଭିଡ଼, ଭଂଜନଗରରେ ଶୁକ୍ରବାର ଭସାଣି

ପ୍ରବଳ ବର୍ଷା ସତ୍ତ୍ବେ ପୂଜା ମଣ୍ଡପରେ ପ୍ରବଳ ଭିଡ଼, ଭଂଜନଗରରେ ଶୁକ୍ରବାର ଭସାଣି

ପ୍ରବଳ ବର୍ଷାକୁ ନାହିଁ ଡର; ମା’ଙ୍କ ପୂଜା ପାଇଁ ଏହି ସହର ଉତ୍ସବମୁଖର

ଭଞ୍ଜନଗର: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଭଞ୍ଜନଗର ସହର। ପ୍ରତିକୂଳ ପାଗ ସତ୍ତ୍ବେ ବିଭିନ୍ନ ପୂଜା ମଣ୍ଡପରେ ଦିନ ତମାମ ଭିଡ ପରିଲିକ୍ଷତ ହେଉଛି। ଦୋକାନ ବଜାରରେ ମଧ୍ୟ କିଣା ବିକା ‌ପାଇଁ ବ‌େଶ ଭିଡ ଦେଖିବାକୁ ମିଳିଥିଲା। ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଛି। ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ବହୁ ଜାକ ଜମକରେ ପୂଜା ପାଳନ କରିବାକୁ ସବୁଠି ପ୍ରସ୍ତୁତି ଜ‌ୋରଦାର ହୋଇଥିବା  ବେଳେ ପୂଜାର ମାହୋଲକୁ ତାହା ଫିକା କରି ଦେଇଛି। ବିଭିନ୍ନ ପୂଜା ମଣ୍ଡପରେ ବୁଧବାର ଦଶହରା ଅବସରରେ ଅପରାଜିତା ପୂଜା, ଘଟ ବିସର୍ଜନ ପୂ୍ଜା ସହ ଦଶମୀ ପୂଜା ସମାପନ ହୋଇଥିବା ବ‌େଳେ ଶୁକ୍ରବାର ମୃଣୟୀ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ରହିଛି।

publive-image

ପ୍ରବଳ ବ‌ର୍ଷା ସତ୍ତ୍ବେ ପୂଜାର ମଜାକୁ କେହି ହାତ ଛଡା କରିବାକୁ ଚାହିଁ ନଥିଲେ। ଛୁଟିରେ ଘରକୁ ଫେରିଥିବା ବ‌େଳେ ପରିବାର ଲୋକଙ୍କ ସହ ବଜାର ବୁଲିବା ସହ ପୂଜା ମଣ୍ଡପରେ ଆସି ଦେବୀଙ୍କ ଦର୍ଶନ କରିଥିଲେ। ଭଞ୍ଜନଗର ଜଳସମ୍ପଦ ବିଭାଗ ସାଂସ୍କୃତିକ କର୍ମଚାରୀ ସଂଘ(ବିଡେକା), ସାର୍ବଜନୀନ ଦୁର୍ଗାପୂଜା, ଭଞ୍ଜ ସାହିତ୍ୟ ପରିଷଦ ସହବିଶ୍ବଜନନୀ ଦୁର୍ଗାପୂଜା କମିଟି ଓ ଓଏସ୍‌ଆର୍‌ଟିସି ଦୁର୍ଗାପୂଜା କମିଟି ପକ୍ଷରୁ ଦଶମୀ ପୂର୍ବରୁ ମଣ୍ଡପରେ ନବମୀ ହୋମ ସହ ଅଷ୍ଟମୀ ଅବସରରେ ସନ୍ଧିପୂଜା ସହ ଯୋଗିନୀ ପୂଜା, ବଳି ଭ‌ୋଗ, ୧୦୮ ଦୀପଦାନ ଆଦି ସମାପନ ହୋଇଛି। ବିଡେକା ପକ୍ଷରୁ ପ୍ରତିଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ବହୁ ସ୍ଥାନୀୟ କଳାକାଳ ଅଂଶ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ପୂଜା ମଣ୍ଡପରେ ବାଚସ୍ପତି ବିକ୍ରମ ଆରୁଖ 

publive-image

ଭଞ୍ଜନଗର ସହରରେ ଥିବା ବିଭିନ୍ନ ପୂଜା ମଣ୍ଡପ ବୁଲି ଦେବୀ ଦୁର୍ଗାଙ୍କ ଦର୍ଶନ କରିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ। ସେ ମଙ୍ଗଳବାର ସଂନ୍ଧ୍ୟାରେ ଭଞ୍ଜ ପରିଷଦ, ବସ୍‌ଷ୍ଟାଣ୍ଡ୍‌, ବିଡୋକ ଓ ଖାଲା ସାହି ଠାରେ ହୋଇଥିବା ପୂଜା ମଣ୍ଡପ ଗୁଡିକ ବୁଲି ଥିଲେ। ଏଥିସହ ଶ୍ରଦ୍ଧାଳୁ ମାନଙ୍କ ସହ ପୂଜା ଅବସରରେ ଭାବ ବିନିମୟ କରିଥିଲେ। ଏହି ଗସ୍ତ ସମୟରେ କନ୍ଧମାଳ ସାଂସଦ ପ୍ରତିନିଧି ଦିବାକର ନାୟକ ଉପସ୍ଥିତ ରହିଥିଲେ।

ଏଥିସହ ଘୁମୁସରର ଅଧୀଷ୍ଠାତ୍ରୀ ଦେବୀ ମା ବ୍ୟାଘ୍ରଦେବୀ ପୀଠରେ ଧୁମ୍‌ଧାମରେ ନବରାତ୍ରୀ ପୂଜା ସମାପନ ହୋଇଛି। ବିଭିନ୍ନ ଅଞ୍ଚଳରୁ ବହୁ ପଣ୍ଡିତ ମାନେ ଆସି ବିଳମ୍ବିତ ରାତିରେ ଯାଏଁ ଚଣ୍ଡିପାଠ ହୋମ ଆଦି କାର୍ଯ୍ୟ କରିଥିଲେ। ସେହିପରି ଠାକୁରାଣୀ ମନ୍ଦିର ପରିସରରେ ମଧ୍ୟ ଦଶହରା ପାଇଁ ପ୍ରତିଦିନ ସଂନ୍ଧ୍ୟାରେ ଦେବୀଙ୍କ ନିକଟରେ ଯଜ୍ଞକର୍ମ ଆଦି ସମ୍ପର୍ଣ୍ଣ କରାଯାଉଥିଲା। ଚଳିତ ବର୍ଷ ପୂ୍ଜା ପାର୍ବଣ ପାଇଁ ସହରର ଚଳ ଚଞ୍ଚଳ ‌ହୋଇ ଉଠିଥିବା ବ‌େଳେ ବ୍ୟବସାୟୀ ମାନଙ୍କ ଭଲ ବେପାର ହୋଇଥିଲା। କିନ୍ତୁ ‌ଶେଷ ସମୟରେ ଲଗାଣ ବର୍ଷା ଯୋଗୁ କିଛି ପରିମାଣରେ ବେପାର ମାନ୍ଦା ପଡିଯାଇଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe