ମୋବାଇଲ ଟାୱାର ନିର୍ମାଣ ପରେ ଲୋକେ ଭୋଟ ଦେଲେ 

Advertisment
ମୋବାଇଲ ଟାୱାର ନିର୍ମାଣ ପରେ ଲୋକେ ଭୋଟ ଦେଲେ 

Bangalore Mirror

ଦେବଗଡ଼: ତିଲେଇବଣି ବ୍ଲକ ଅନ୍ତର୍ଗତ ଝରାଗୋଗୁଆ, ଗଣ୍ଡମ, ପାରପୋଷି, ଡିମିରିକୁଦା ଓ ଝାରମୁଣ୍ଡା ଆଦି ୫ ପଞ୍ଚାୟତରେ ରବିବାର ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହୋଇଛି। ଉକ୍ତ ୫ଟି ପଂଚାୟତର ବିଭିନ୍ନ ବୁଥରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ତେବେ ଉକ୍ତ ଅଂଚଳରେ ଶାନ୍ତିପୂର୍ଣ୍ଣଭାବେ ମତଦାନ ହେବ ସେ ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମୋବାଇଲ ଟାୱାର ନଥିବାରୁ ଲୋକେ ଭୋଟ୍‌ ବର୍ଜନ ଧମକ ଦେଇଥିଲେ। ‘ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ’ ଦାବିରେ ୫ ପଞ୍ଚାୟତବାସୀ ଭୋଟ୍‌ ବର୍ଜନ ନିଷ୍ପତ୍ତ ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିପାରି ନଥିଲେ।

ରାଜ୍ୟ ସରକାର  ପଞ୍ଚାୟତବାସୀଙ୍କ ଦୁଃଖ ବୁଝିବା ସହିତ  ମୋବାଇଲ୍‌ ଟାୱାର ନିର୍ମାଣ ନେଇ ତତ୍ପରତା ପ୍ରକାଶ କରିଥିଲେ। ରାଜ୍ୟ ସରକାର ଏ ବାବଦରେ ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା ମଧ୍ୟ କରିଥିଲେ। ଝରାଗୋଗୁଆ ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ ନେଇ  ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯିବା ସହିତ କାମ ଆରମ୍ଭ କରାଯାଇଥିଲା। ପ୍ରାର୍ଥୀ ନଥିବା ଆସନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ନିର୍ବାଚନ କମିସନର ପୁନଃ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଗତ ମାସ ୨୯ ତାରିଖଠାରୁ ଆରମ୍ଭ ହୋଇଥିଲା। ‌ଏହା ପରେ ଉକ୍ତ ୫ ପଞ୍ଚ‌ାୟତର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ। ଝରାଗ‌ୋଗୁଆ ଗ୍ରାମରେ ଟାୱାର ନିର୍ମାଣ ସାମଗ୍ରୀ ପହଞ୍ଚିବା ପରେ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe