ହାତୀପଲଙ୍କ ଯୋଗୁଁ ଲୋକେ ରାତି ଉଜାଗର

Advertisment
ହାତୀପଲଙ୍କ ଯୋଗୁଁ ଲୋକେ ରାତି ଉଜାଗର

ସିଙ୍ଗଡ଼ା: କରଞ୍ଜିଆ ବନଖଣ୍ଡର ଦୁଧିଆଣି ବନାଞ୍ଚଳ ଓ କରଞ୍ଜିଆ ବନାଞ୍ଚଳ ଉଭୟ ସ୍ଥାନରେ ୨୩ଟି ଝାଡ଼ଖଣ୍ଡୀ ହାତୀପଲ ଭାଗ ଭାଗ ହୋଇ ଉପଦ୍ରବ କରୁଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୁଧିଆଣି ବନାଞ୍ଚଳର ତାଟୋ-ବିଉରିଆଠାରେ ୧୫ଟି ଏବଂ କରଞ୍ଜିଆ ବନାଞ୍ଚଳର କାଦଡିହା, ପଡ଼ିଆଧୁଡ଼ାଠାରେ ୮ଟି ହାତୀ ଭାଗ ହୋଇ ରହିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ତାଟୋ-ବିଉରିଆଠାରେ ଥିବା ୧୫ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ନାଖୁଡ଼ା ପ୍ରାଥମିକ ବିଦ୍ୟାଳୟ ପାଚେରି ଭାଙ୍ଗି ବିଦ୍ୟାଳୟ ହତା ଭିତରେ ପଶି ଗଛପତ୍ର ନଷ୍ଟ କରିଛନ୍ତି।

ସେହିପରି ଆଜି ଭୋର ସକାଳୁ ଦୁଧିଆଣି ବନାଞ୍ଚଳର ମୁଖ୍ୟ ନର୍ସରୀ ମଧ୍ୟରେ ପଶି ବହୁ ଚାରା ନଷ୍ଟ କରିଛନ୍ତି। ଏହି ହାତୀପଲ ବନାଞ୍ଚଳ କାର୍ଯ୍ୟାଳୟ ପଛରେ ଥିବା ବିଉରିଆ ସଂରକ୍ଷିତ ଜଙ୍ଗଲରେ ବର୍ତ୍ତମାନ ରହୁଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି କରଞ୍ଜିଆ ବନାଞ୍ଚଳର କାଦଡ଼ିହା ଓ ପଡ଼ିଆଧୁଡ଼ା ଠାରେ ଏହି ଦଳର ଅନ୍ୟ ୮ଟି ହାତୀ ରହୁଛନ୍ତି। ଏହି ହାତୀପଲ ଧାନତଳି ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି। ଏହି ହାତୀପଲ ଦୁଇ ଭାଗରେ ବିଭକ୍ତ ହୋଇ ଉତ୍ପାତ କରୁଥିବାରୁ ସେମାନଙ୍କୁ ଏକାଠି କରି ଘଉଡ଼ାଇବା ପାଇଁ ଜଙ୍ଗଲ ବିଭାଗ ବିଫଳ ହୋଇଛି। ଯେପରି ଅଧିକ ଧନଜୀବନ ନଷ୍ଟ ନହୁଏ ସେ ବିଷୟରେ ବିଶେଷ ଧ୍ୟାନ ଦେଉଥିବା ଉଭୟ ବନାଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ ଓ ପ୍ରଦୀପ କୁମାର ପୃଷ୍ଟି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe