ଅଗଷ୍ଟ ୧ରୁ ମିଳିବ ଦୁଇ ମାସର ଆଗୁଆ ଚାଉଳ

ଅଗଷ୍ଟ ୧ରୁ ମିଳିବ ଦୁଇ ମାସର ଆଗୁଆ ଚାଉଳ

ଭୁବନେଶ୍ୱର : ଅଗଷ୍ଟ ମାସ ୧ରୁ ୨୫ ତାରିଖ ମଧ୍ୟରେ ଅଗଷ୍ଟ ଓ ସେପ୍ଟେମ୍ବର ଦୁଇମାସର ଆଗୁଆ ଚାଉଳ ଓ ଗହମ ଦିଆଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଓ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।

ବିଭାଗୀୟ ସୂଚନାନୁସାରେ କେନ୍ଦ୍ରୀୟ ପୁଲ୍‌ରୁ ୩୧ ଲକ୍ଷ ୬୯ ହଜାର ୩୨୯.୨୮ କ୍ୱିଣ୍ଟାଲ୍‌ ଚାଉଳ ଓ ୪ ଲକ୍ଷ ୮୩ ହଜାର ୨୬୯.୦୬ କ୍ୱିଣ୍ଟାଲ୍‌ ଗହମ ରାଜ୍ୟ ପାଇଁ ଉପଲବ୍ଧ। ରାଜ୍ୟର ଏହି କୋଟାକୁ ୩୦ଟି ଜିଲ୍ଲାଗୁଡ଼ିକୁ ଆବଣ୍ଟନ କରାଯିବ। ବୈଧ ଲାଇସେନ୍ସ ଥିବା କଣ୍ଟ୍ରୋଲ ଦୋକାନୀ(ଏଫ୍‌ପିଏସ୍‌) ସେହି ଚାଉଳ ବା ଗହମ ଉଠାଇ ହିତାଧିକାରୀମାନଙ୍କୁ ବଣ୍ଟନ କରିବେ। ଏଥିପାଇଁ ପଏଣ୍ଟ ଅଫ୍‌ ସେଲ୍‌ ନାମକ ଯନ୍ତ୍ର ବ୍ୟବହାର କରୁଥିବା କଣ୍ଟ୍ରୋଲ୍‌ ଦୋକାନୀଙ୍କ ଜରିଆରେ ହିଁ ଏହି ଚାଉଳ, ଗହମ ବଣ୍ଟାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ୫ କିଲୋଗ୍ରାମ ଲେଖାଏଁ ଚାଉଳ ବା ଗହମ ଏବଂ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ୩୫ କିଲୋଗ୍ରାମ ଚାଉଳ ହିଁ ବଣ୍ଟାଯିବ ବୋଲି ନିର୍ଦେଶନାମାରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe