୨୦୨୨ରେ ନୂଆ ବିକଳ୍ପ ଖୋଜିବେ ଲୋକ

Advertisment

ଆକଳନ କଲେ ଭୃଗୁ ଜ୍ୟୋତିଷ ଶ୍ରୀଧର ଆଚାର୍ଯ୍ୟ

ଆକଳନ କଲେ ଭୃଗୁ ଜ୍ୟୋତିଷ ଶ୍ରୀଧର ଆଚାର୍ଯ୍ୟ

ଏସ୍‌ଏମ୍‌ଏ ପୀଡ଼ିତ ରାଜବୀରର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି, ଚିକିତ୍ସା ପାଇଁ ଆବଶ୍ୟକ ୧୬ କୋଟିର ଇଞ୍ଜେକସନ୍‌

Image Courtesy of The Indian Express

ମାର୍ଚ୍ଚ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା
କେନ୍ଦ୍ର-ରାଜ୍ୟ ସମ୍ପର୍କ ଭଲ ରହିବନି
ପ୍ରଥମାର୍ଦ୍ଧରୁ ମହାମାରୀ ପ୍ରକୋପ କମିବ

ଭୁବନେଶ୍ୱର : ୨୦୨୨ରେ ଓଡ଼ିଶାର ଶାସନ କ୍ଷେତ୍ରରେ ବହୁ ଝଡ଼ଝଞ୍ଜା ଦେଖାଦେବ। ବିଶେଷ କରି ଏପ୍ରିଲ୍ରୁ ବର୍ଷ ଶେଷ ପର୍ଯ୍ୟନ୍ତ ଅଧିକ ସମସ୍ୟା ଦେଖାଦେବ। ମରୁଡ଼ି ରାଜ୍ୟକୁ କଲବଲ କରିବ। କିଛି ବଡ଼ ଦୁର୍ନୀତି ପାଇଁ ସରକାର ଅପବାଦ ମୁଣ୍ଡାଇବେ। ଏସବୁ ଭିତରେ ବିରୋଧୀ ଦଳ ପ୍ରଭାବୀ ପ୍ରଦର୍ଶନ କରିପାରିବେ ନାହିଁ। ବରଂ ଶାସକ ଦଳ ସହ ମିଶି କାମ କରିବେ। ଫଳରେ ଉଭୟ ସରକାରୀ ଓ ବିରୋଧୀ ଦଳ ଲୋକଙ୍କ ଆସ୍ଥା ହରାଇବେ। ରାଜ୍ୟରେ ଲୋକ ନୂଆ ବିକଳ୍ପ ସନ୍ଧାନ କରିବେ।

୨୦୨୨ରେ ଓଡ଼ିଶା ଶାସନ ଓ ରାଜନୀତିକୁ ନେଇ ଏମିତି ଗଣନା କରିଛନ୍ତି ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ। ତାଙ୍କ କହିବା ଅନୁଯାୟୀ ବିଭିନ୍ନ ଜନଆନ୍ଦୋଳନରେ ବର୍ଷଟି କଟିବ। ବହୁ ଯୋଜନା ମିଥ୍ୟାରେ ପରିଣତ ହେବ। ଅର୍ଥକୁ ନେଇ ଅଣାୟତ ପରିସ୍ଥିତି ସୃଷ୍ଟି ହେବ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ ହେତୁ ଓଡ଼ିଶା ବହୁ ସମସ୍ୟାର ପଡ଼ିବ। ତେବେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହେବ। କିଛି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଖୋଲିବାର ସମ୍ଭାବନା ରହିଛି। ଏ ବର୍ଷ ନିର୍ବାଚନଗୁଡ଼ିକରେ ସରକାରୀ ଦଳ ପ୍ରଦର୍ଶନ ସେତେଟା ଭଲ ହେବ ନାହିଁ। ଏପରିକି ଏପ୍ରିଲ୍ ମାସ ପରେ ସରକାରୀ ଦଳରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ଗଣନା କରିଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ରର ସୂତ୍ର ଅନୁସାରେ କର୍କଟ ଲଗ୍ନ ପାଇଁ ବୁଧ ଓ ଶନି ଅତ୍ୟନ୍ତ ଅଶୁଭ ଗ୍ରହ। ନବୀନ ପଟ୍ଟନାୟକଙ୍କ କୋଷ୍ଠୀରେ ମାର୍ଚ୍ଚ ମାସରୁ କେତୁ+ଶନି ଚଳନ ଭୋଗ ସମୟରେ କେନ୍ଦ୍ର ସରକାରଙ୍କ ଆସ୍ଥା ହରାଇବେ। ବିଭିନ୍ନ ଦୁର୍ନୀତି, କେଳେଙ୍କାରି ଅଡ଼ୁଆରେ ପକାଇବ। ଲଗ୍ନରେ ସପ୍ତମ ସ୍ଥାନ ପ୍ରତି ଶନି, ମଙ୍ଗଳ ଓ ରାହୁର ଦୃଷ୍ଟି ତଥା କାଳସର୍ପ ଯୋଗରେ ଜନ୍ମ ହୋଇଛନ୍ତି। କେତୁ ଓ ଶନି ଅନ୍ତରଦଶା ସମୟ ମାର୍ଚ୍ଚରୁ ବର୍ଷ ଶେଷ ସମୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେବ। ଏଥି ପାଇଁ ସେ ବହୁ ସମୟରେ ରାଜ୍ୟ ବାହାରେ ରହିପାରନ୍ତି। ତେବେ ଏ ବର୍ଷ ମୁଖ୍ୟମନ୍ତ୍ରୀ ଚଉକି ପ୍ରତି କୌଣସି ବିପଦ ନାହିଁ।
ମନ୍ତ୍ରିମଣ୍ଡଳ ସମ୍ପର୍କରେ ପଣ୍ଡିତ ଆଚାର୍ଯ୍ୟ କହିଛନ୍ତି ଯେ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ପରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇପାରେ। ପଶ୍ଚିମ ଓଡ଼ିଶାରୁ କିଛି ମନ୍ତ୍ରୀ ପଦ ଚାଲିଯାଇପାରେ। ବହୁ ମନ୍ତ୍ରୀ ବାଦ୍ ପଡ଼ିପାରନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାରୁ ନୂଆ ମନ୍ତ୍ରୀ ହୋଇପାରନ୍ତି। ଆଇନ୍, ଅର୍ଥ ଓ ଶିକ୍ଷା ବିଭାଗରେ ପରିବର୍ତ୍ତନ ହୋଇପାରେ।

ମହାମାରୀ ସମ୍ପର୍କରେ ଭୃଗୁ ଜ୍ୟୋତିଷ ଆକଳନ କରିଛନ୍ତି ଯେ ମହାମାରୀର କୋପ ବର୍ଷ ଆରମ୍ଭରୁ କମିବ। ସାମାନ୍ୟ ପ୍ରକୋପ ଏପ୍ରିଲ୍‌ ପର୍ଯ୍ୟନ୍ତ ରହିବ। କିନ୍ତୁ ତାହା ଘାତକ ହେବ ନାହିଁ। ବର୍ଷ ଆରମ୍ଭରୁ ମହାମାରୀକୁ ମୁକାବିଲା ପାଇଁ ଔଷଧ ଉତ୍ପାଦନରେ ଭାରତ ସକ୍ଷମ ହେବ।

ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ,
ଫୋନ୍‌-୯୪୩୭୨୩୧୩୯୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe