ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ କ୍ଷୋଭ: ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବି ଫଳ ମିଳୁନି

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ନେଇ ଆସିଥିବା ଲୋକେ କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ କଲେ ବି ସମାଧାନ ହେଉନି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଫଳ ମିଳୁନି....

People's anger in the grievance room: Despite the Chief Minister's promises, results are not being achieved

People's anger in the grievance room: Despite the Chief Minister's promises, results are not being achieved Photograph: (sambad.in)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ନେଇ ଆସିଥିବା ଲୋକେ କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ କଲେ ବି ସମାଧାନ ହେଉନି  । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଫଳ ମିଳୁନି। ବୁର୍ଲା ଭୀମସାର କଲେଜ ବିରୁଦ୍ଧରେ ଅଭିଯୋଗ ଆଣି ଗଲା ୪ ଥର ହେଲା ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିଲେ ବି କୌଣସି ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ବୁର୍ଲାର ନାରାୟଣ ବାଗ ।

ସେ ଭୀମସାର କଲେଜରେ ଗେଟ୍ କିପର ଚାକିରୀ କରିଥିଲେ । ସରକାରୀ ଚାକିରୀରେ ଥିବା ବେଳେ ତାଙ୍କୁ ବିନା ନୋଟିସରେ ୨୦୦୭ ଜାନୁଆରି ୬ ତାରିଖରୁ ବାହାର କରି ଦିଆଯାଇଥିଲା । ବର୍ତ୍ତମାନ କୋର୍ଟ ପୁନର୍ବାର ନିଯୁକ୍ତି ପାଇଁ ନିର୍ଦ୍ଦେଶ ପାଇଁ କହିଥିଲେ ବି ହୋଇପାରିନି ସମାଧାନ ।

ସେପଟେ ଭୀମସାର କଲେଜର ଲିଗାଲ ସେଲ୍ ଅଫିସର ପ୍ରସନ୍ନ ସ୍ୱାଇଁ ତାଙ୍କୁ ହଇରାଣ କରୁଛନ୍ତି। ଆତ୍ମହୁତି ଦେଲେ ହୁଏତ ସମାଧାନ ହେବ ବୋଲି  ସେ ଅଭିଯୋଗ କରିଛନ୍ତି । ମୁଁ ଏ ଦପ୍ତରରୁ ସେ ଦପ୍ତର ଦୌଡୁଛି । ପିଲାଛୁଆଙ୍କୁ କେମିତି ପୋଷିବି ବୋଲି ପଚାରିବା ସାଙ୍ଗକୁ ସେ ଆତ୍ମହୁତି ଧମକ ଦେଇଛନ୍ତି। 

ସେହିପରି ବାଲେଶ୍ୱର ବସ୍ତା ଅଞ୍ଚଳର ରଞ୍ଜିତ ମାନା ଅଭିଯୋଗ ପ୍ରକୋଷ୍ଠରୁ ବାହାରି ମିଳିଥିବା ପ୍ରତିଶ୍ରୁତିପତ୍ର ଚିରି ଦେଇଛନ୍ତି । ଦିବ୍ୟାଙ୍ଗ ରଞ୍ଜିତ ପୂର୍ବରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ଥିବା ବେଳେ ବର୍ତ୍ତମାନ ତାଙ୍କୁ ୭୫ ପ୍ରତିଶତ କରିଦେଇ ଭତ୍ତା କମେଇ ଦିଆଯାଇଛି। ଯେଉଁଥିପାଇଁ ସେ ବାରମ୍ବାର ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦେଖା କରି ଜଣାଇଥିଲେ ବି ସମାଧାନ ହୋଇନାହିଁ । ତେଣୁ ଅଭିଯୋଗ ପ୍ରକୋଷ୍ଠକୁ ଆସି ଏ ବାବଦରେ ତିନିଥର ଜଣାଇଥିଲେ ବି କିଛି ଫଳ ମିଳିନି ।

ଅଭିଯୋଗ ଶୁଣାଣୀ କରି ଖୋଦ ମନ୍ତ୍ରୀ କହିଛନ୍ତି ଜିଲ୍ଲାପାଳଙ୍କ ନିକଟକୁ ଯିବାକୁ । ତେଣୁ ଜିଲ୍ଲାପାଳଙ୍କ ପାଖରୁ ନିରାଶ ଫେରିଥିବା ଲୋକ ଅତି କଷ୍ଟରେ ପ୍ଲାଟଫର୍ମରେ ଶୋଇ ଏହି ଅଭିଯୋଗ ପ୍ରକୋଷ୍ଠକୁ ଆସି ଦୁଃଖ ଜଣାଇବା ପରେ ପୁଣି କାହିଁକି ସେଠାକୁ ଯିବ ବୋଲି ସେ କହିବା ସାଙ୍ଗକୁ ଦୁଃଖ ପ୍ରକାଶ କରି ଫେରି ଯାଇଛନ୍ତି । 

 cm grievance cell

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe