ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ, ଭର୍ଚୁଆଲରେ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମ କର

Advertisment
ଅନୁଦାନ ବିଜ୍ଞପ୍ତି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ

dhe odisha

ଭୁବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣର ଦ୍ବିତୀୟ ଲହର ସମ୍ପର୍କରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ମଧ୍ୟ‌ରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଉଚ୍ଚଶିକ୍ଷା‌ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବିଭାଗୀୟ ଉପ ସଚିବ ରମେଶ ଚନ୍ଦ୍ର ବେହେରା ମଙ୍ଗଳବାର ବିଶ୍ବବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଆଇଆଇଟି ଭୁବନେଶ୍ବରର ଏନ୍ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକଙ୍କୁ ଚିଠି ଲେଖି ଭର୍ଚୁଆଲ ମୋଡ୍‌ରେ ସଚେତନତା କାର୍ଯ୍ୟକ୍ରମ କରିବାକୁ କହିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରୋନାକୁ କିଭଳି ମୁକାବିଲା କରିବେ, କରୋନା ଆକ୍ରାନ୍ତଙ୍କ ହୋମ ଆଇସୋଲେସନ, ନିକଟବର୍ତୀ ଅଞ୍ଚଳରେ ମେଡିକାଲ ସୁବିଧା, ଟିକାକରଣ ଆଦି ସମ୍ପର୍କରେ ପିଲାଙ୍କୁ ଜଣାଇବେ।

ଡାକ୍ତର, ମେଡିକାଲ ବିଶେଷଜ୍ଞଙ୍କୁ ଡକାଯାଇ କାର୍ଯ୍ୟକ୍ରମ କରାଯାଇପାରେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ, ଯାହାକି କଲେଜ ଏନ୍‌ଏସ୍‌ଏସ୍‌ ଫଣ୍ଡରୁ ଖର୍ଚ୍ଚ ହେବ। ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, କଲେଜର ପୋଷ୍ୟ ଗ୍ରାମର ସଦସ୍ୟମାନଙ୍କୁ ଭର୍ଚୁଆଲ୍‌ରେ ସଂଯୋଗ କରାଯାଇପାରେ। ଛୁଟି ଦିନ କିମ୍ବା ପାଠପଢ଼ା ନ ଥିବା ସମୟରେ କାର୍ଯ୍ୟକ୍ରମ କରାଯିବ। ଯେପରିକି ପିଲାଙ୍କ ପାଠପଢ଼ାରେ କୌଣସି ପ୍ରକାର ବ୍ୟାଘତ ଉପୁଜିବ ନାହିଁ। ପ୍ରତି ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ମେ’ ଶେଷ ସୁଦ୍ଧା ଏନ୍‌ଏସ୍‌ଏସ୍‌ ବ୍ୟୁରୋ ନିକଟରେ ରିପୋର୍ଟ ଦାଖଲ କରିବେ ଏବଂ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ଏନ୍‌ଏସ୍‌ଏସ୍‌ ସେଲ୍‌ରେ ରିପୋର୍ଟ ପହଞ୍ଚିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe