ସ୍ଥାୟୀ ନିଯୁକ୍ତି ପାଇବେ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପୁରୁଷ, ମହିଳା

Advertisment
ଏମ୍‌ସରେ ନିଯୁକ୍ତ ହେବେ ୩୦୩୫ ନର୍ସ

Manoramaonline

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟାନୁଷ୍ଠାନରେ ନିୟୋଜିତ ହୋଇଥିବା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପୁରୁଷ, ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ। ଯେଉଁମାନେ ନିଯୁକ୍ତିର ୬ବର୍ଷ ପୂରଣ କରିଥିବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଲାଗି ବିଭିନ୍ନ ଜିଲ୍ଲାର ସିଡିଏମ୍‌ଓମାନଙ୍କୁ ଚିଠି ଜାରି ହୋଇଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କଟକ, ସୁନ୍ଦରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ବରଗଡ଼, ଅନୁଗୁଳ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଭଦ୍ରକ, ଖୋର୍ଧା ଓ ବୌଦ୍ଧ ଜିଲ୍ଲାର ବହୁମୁଖୀ ସ୍ବାସ୍ଥ୍ୟକର୍ମୀ(ପୁରୁଷ), ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, ଖୋର୍ଧା, କୋରାପୁଟ, ଭଦ୍ରକ, ଗଞ୍ଜାମ, ବରଗଡ଼, ଅନୁଗୁଳ, ସମ୍ବଲପୁର ଓ କଟକ ଜିଲ୍ଲାରେ ଥିବା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ(ମହିଳା)ଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି। ତେଣୁ ସେମାନଙ୍କର କାର୍ଯ୍ୟରେ ଯୋଗଦେବାର ତାରିଖ, ଏଏନ୍‌ଏମ୍‌ ପଞ୍ଜୀକରଣ ସାର୍ଟିଫିକେଟ୍ ଓ ଭିଜିଲାନ୍‌ସ ମାମଲା ଆଦିର ଯାଞ୍ଚ ପାଇଁ କୁହାଯାଇଛି। ଯାଞ୍ଚ ପରେ ସାଧାରଣ ପ୍ରଶାସନ ବିଭାଗର ସର୍ତାବଳୀ ଅନୁଯାୟୀ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe