ନୂଆ ଡିଏଲ୍‌ ଆବେଦନ ପାଇଁ ଅନୁମତି

Advertisment
୨୩ରୁ ସବୁ ଆର୍‌ଟିଓ ଗ୍ରହଣ କରିବେ ଲର୍ଣ୍ଣିଂ ଲାଇସେନ୍‌ସ ଆବେଦନ

orissatransport.nic.in

କଟକ : ରାଜ୍ୟରେ ୨୧ଟି ଆର୍‌ଟିଓରେ ନୂଆ ଡିଏଲ୍‌ ଆବେଦନ ପାଇଁ ସ୍ଲଟ୍‌ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଚଣ୍ତିଖୋଲ, ବରପାଲି, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର, ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର ସାମିଲ ହୋଇଛନ୍ତି।

ଆସନ୍ତା ୨୦ ତାରିଖଠାରୁ ଭଦ୍ରକ, ନୟାଗଡ଼, ନୂଆପଡ଼ା ଏବ˚ ଯାଜପୁରରେ ନୂଆ ଡିଏଲ୍‌ ଆବେଦନ କରିବାକୁ ଅନୁମତି ମିଳିଛି। ଅନ୍ୟପଟେ ୨୨ଟି ଆର୍‌ଟିଓରେ ନୂଆ ଲର୍ଣ୍ଣର୍ସ‌୍ ଲାଇସେନ୍ସ ଆବେଦନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe