ଘରୋଇ ବିଦ୍ୟାଳୟ ଖୋଲିବାକୁ ଅନୁମତି: ଆସନ୍ତା ୫ ବର୍ଷ ପାଇଁ ଏବେଠୁ ମିଳିବ ସିଓଆର

Advertisment
୭ରୁ ଖୋଲିବ ଶିକ୍ଷାନୁଷ୍ଠାନ; ପ୍ରଥମେ ହାଇସ୍କୁଲ୍, କଲେଜ, ୧୪ରୁ ଖୋଲିବ ପ୍ରଥମରୁ ୭ମ

The Indian Expert

ଭୁବନେଶ୍ବର : ନୂତନ ଘରୋଇ ବିଦ୍ୟାଳୟ ଖୋଲିବାକୁ ମିଳିବ ଅନୁମତି। ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଆଗ୍ରହୀ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାଙ୍କୁ ଚଳିତ ବର୍ଷଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିବ। ଏଥିସହ ଯେଉଁ ବିଦ୍ୟାଳୟର ସାର୍ଟିଫିକେଟ୍‌ ଅଫ୍‌ ରେକୋଗନେସନ(ସିଓଆର) ନାହିଁ, ସେମାନେ ବି ଆବେଦନ କରିପାରିବେ।

ନିୟମ ଅନୁଯାୟୀ ୨୦୨୨-୨୩ରୁ ୨୦୨୬-୨୬ ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ ସିଓଆର ଦିଆଯିବ। ଏଥର କେବଳ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ହେବ ବୋଲି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସିଓଆର ଓ ନୂତନ ଘ‌ରୋଇ ବିଦ୍ୟାଳୟ ଖୋଲିବା ପ୍ରାଇଭେଟ୍‌ ମ୍ୟାନେଜ୍‌ମେଣ୍ଟ ପୋର୍ଟାଲ ଖୋଲାଯାଇଛି। ଘରୋଇ ସ୍କୁଲ କର୍ତୃପକ୍ଷମାନେ ଫେବ୍ରୁଆରି ୧୫ ସୁଦ୍ଧା ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଶେଷହେବା କ୍ଷଣି ପୋର୍ଟାଲ ବନ୍ଦ କରି ଦିଆଯିବ। ମାର୍ଚ୍ଚ ୧୫ ସୁଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ଆବେଦନର ଯାଞ୍ଚ କରି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ନିକଟରେ ରିପୋର୍ଟ ଦାଖଲ କରିବେ। ଅନୁଧ୍ୟାନ କରିବା ପରେ ନିର୍ଦେଶାଳୟ ପକ୍ଷରୁ ମାର୍ଚ୍ଚ ୩୧ରେ ଡିଇଓମାନଙ୍କୁ ଅନୁମୋଦନ ପଠାଯିବ। ଏପ୍ରିଲ ୧୫ ସୁଦ୍ଧା ସିଓଆର ପ୍ରଦାନ ଓ ନୂତନ ସ୍କୁଲ ଖୋଲିବା ଲାଗି ଅନୁମତି ପ୍ରଦାନ ପ୍ରକ୍ରିୟା ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe