ଆବାସିକ କୋଠାରେ ଘରୋଇ ହଷ୍ଟେଲ ଅନୁମତି ପ୍ରସଂଗ: ରାଜ୍ୟ ସରକାର, ବିଏମ୍‌ସି ନିକଟରୁ ଜବାବ ତଲବ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଆବାସିକ କୋଠାକୁ ବ୍ୟାବସାୟିକ କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି କ୍ଷମତା ଭୁବନେଶ୍ବର-କଟକ ପୁଲିସ କମିସନରଙ୍କୁ ପ୍ରଦାନକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ବିଏମ୍‌ସି ନିକଟରୁ ଜବାବ ତଲବ କରିଛନ୍ତି।

ବେଆଇନ ଭାବେ ଆବାସିକ କୋଠାକୁ ବ୍ୟାବସାୟିକ କାର୍ଯ୍ୟରେ ବ୍ୟବହାର ଓ ଏଥିରେ ଘରୋଇ ହଷ୍ଟେଲ ଚଳାଇବା ପ୍ରସଂଗକୁ ବିରୋଧ କରି ଦାୟର ମାମଲା ୨୦୧୫ରୁ ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ସରକାର ଏହି ପ୍ରସଂଗରେ ଏକ ନୂଆ ନିୟମାବଳୀ ଆଣିଥିଲେ। ଭୁବନେଶ୍ବର-କଟକ ପୁଲିସ କମିସନରେଟ୍ (ରେ‌ଜିଷ୍ଟ୍ରେସନ ଅଫ୍ ପ୍ରାଇଭେଟ ରେସିଡେନସିଆଲ ହଷ୍ଟେଲସ୍ ଫର ‌ଏଜୁକେସନାଲ ଇନଷ୍ଟିଚ୍ୟୁସନ) ରେଗୁଲେସନ୍, ୨୦୧୬ରେ ଆବାସିକ କୋଠାରେ ହଷ୍ଟେଲ ଚଳାଇବା ପାଇଁ ପୁଲିସ କମିସନର ଭୁବନେଶ୍ବର ଓ କଟକ ସହରରେ ଅନୁମତି ଦେଇପାରିବେ ବୋଲି ବ୍ୟବସ୍ଥା ରହିଛି। ବିଚାରାଧୀନ ଥିବା ବେଳେ ଏହି ନିୟମାବଳୀ ଆସିଥିବାରୁ ଆବେଦନକାରୀ ମୂଳ ଆବେଦନରେ ସଂଶୋଧନ ପାଇଁ ଅନୁମତି ଲୋଡ଼ିଥିଲେ।

ଆବେଦନରେ ସଂଶୋଧନ ପ୍ରସଂଗରେ ହାଇକୋର୍ଟ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି। ଅକ୍ଟୋବର ୧୦ ସୁଦ୍ଧା ଆବେଦନକାରୀ ସଂଶୋଧିତ ଆବେଦନର କପି ରାଜ୍ୟ ସରକାର, ବିଏମ୍‌ସି ଓ ଅନ୍ୟ ପକ୍ଷଙ୍କୁ ପ୍ରଦାନ କରିବେ। ଏହାପରେ ଏହି ପ୍ରସଂଗରେ ସରକାର ଓ ବିଏମସି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩, ଜାନୁଆରି ୪କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜ‌ଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe