ଚକଡ଼ା ପରେ ତଣ୍ଟିକଟା : ସର୍ବସ୍ୱାନ୍ତ ହେଉଛି ଚାଷୀ, କାମକରୁନି କୀଟନାଶକ

Advertisment
ଚକଡ଼ା ପରେ ତଣ୍ଟିକଟା : ସର୍ବସ୍ୱାନ୍ତ ହେଉଛି ଚାଷୀ, କାମକରୁନି କୀଟନାଶକ

ସମ୍ବଲପୁର : ଧାନ ବିକ୍ରିକୁ ମାତ୍ର ଆଉ କିଛି ଦିନ। ଚକଡ଼ା ପରେ ତଣ୍ଟିକଟା (ଗଳା ଫିମ୍ପି)ରୋଗ ଫସଲ ବରବାଦ ହେବାରେ ଲାଗିଛି। ଏଥିଯୋଗୁଁ ପ୍ରଭାବିତ ଚାଷୀ କିଭଳି ଚାଷରେ ଖର୍ଚ କରିଥିବା ଟଙ୍କା ଫେରି ପାଇବେ ସେ ନେଇ ମୁଣ୍ଡରେ ହାତ ଦେଇଛନ୍ତି। ଧନକଉଡ଼ା ବ୍ଲକ କର୍ଡୋଲା, ତୁଲୁଣ୍ଡି, ଭଲିଆପାଲି, କୁଦଗୁଣ୍ଡେରପୁର, ବନପାଲି, ଗୁଡ଼ାପାାଲି, ଚାରପାଲିର ଏକର-ଏକର ଜମି ତଣ୍ଟିକଟା ଯୋଗୁଁ ପ୍ରଭାବିତ ହୋଇଥିବା ଆଞ୍ଚଳିକ କୃଷକ ସଂଗଠନ ଚାରପାଲି ପକ୍ଷରୁ ଅଭିଯୋଗ ହୋଇଛି।

ସମ୍ବଲପୁର ଡିଡିଏ ଖଗେନ୍ଦ୍ରନାଥ ଜେନା କହିଛନ୍ତି, କେବଳ ଜଣେ-ଦୁଇ ଜଣ ଚାଷୀଙ୍କ ଜମିରେ ତଣ୍ଟିକଟା ରୋଗ ଲାଗିଛି। ବର୍ତ୍ତମାନ ଧାନ ପାଚିବା ସ୍ଥିତିକୁ ଚାଲି ଆସିଥିବାରୁ ଏହାକୁ ରକ୍ଷା କରାଯାଇ ପାରୁ ନାହିଁ। ପୂର୍ବରୁ ଜଣା ଯାଇଥିଲେ ତାହାର ମଧ୍ୟ ନିରାକରଣ ସମ୍ଭବ ଥିଲା। ହରଦିଲ, ସିଲକି, ସୁବର୍ଣ୍ଣ ଏବଂ କବିତା ଭଳି ହାଏବ୍ରିଡ ଧାନରେ ଏହି ରୋଗ ଲାଗୁଥିବା ଉଭୟ ଚାଷୀ ଏବଂ କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe