ଏମ୍ସରେ କାର୍ଯ୍ୟକ୍ଷମ ହେଲା ପେଟ୍-ସିଟି ସ୍କାନ; କର୍କଟ, ହୃଦ୍‌ରୋଗୀଙ୍କୁ ଆଶ୍ବସ୍ତି

୪ ସରକାରୀ ସଂସ୍ଥାକୁ ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍’ ମାନ୍ୟତା

AIIMS Bhubaneswar

ଭୁବନେଶ୍ବର : କର୍କଟ, ସ୍ନାୟୁଗତ ସମସ୍ୟାରେ ପୀଡ଼ିତ ତଥା ହୃଦ୍‌ରୋଗୀଙ୍କ ପାଇଁ ଖୁସିର ଖବର। ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ପେଟ୍-ସିଟି ସ୍କାନ ମେସିନ। ପ୍ରଥମ ଦିନରେ ୧୦ ଜଣ ରୋଗୀଙ୍କ ପରୀକ୍ଷଣ କରାଯାଇଥିଲା। ବର୍ତ୍ତମାନ ଏମ୍ସ ରୋଗୀଙ୍କ ପେଟ୍-ସିଟି ସ୍କାନ କରାଯାଉଛି। ଆଗାମୀ ଦିନରେ ଅନ୍ୟ ଡାକ୍ତରଖାନାର ରୋଗୀ ଏବଂ ଅଧିକ ସଂଖ୍ୟାରେ ରୋଗୀ ଏହାର ଲାଭ ନେଇପାରିବେ ବୋଲି କହିଛନ୍ତି ନ୍ୟୁକ୍ଲିୟର ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡ. କହ୍ନେୟା ଅଗ୍ରୱାଲ।

ସୂଚନା ଅନୁଯାୟୀ, ଡିସେମ୍ବର ୧ ତାରିଖରେ ପେଟ୍-ସିଟି ସ୍କାନ ମେସିନ ଉଦ୍‌ଘାଟିତ ହୋଇଥିଲା। କିଛି ଦିନ ପରେ ଡାକ୍ତର ଅଗ୍ରଓ୍ବାଲ ଦୁର୍ଘଟଣାର ଶିକାର ହୋଇଥିଲେ। ଏପରିକି ତାଙ୍କୁ ଅସ୍ତ୍ରୋପଚାର କରାଯାଇଥିବାରୁ ସେ ଡାକ୍ତରଖାନା ଆସିପାରନିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ବାଭାବିକ ହେବା ସହିତ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏଥିସହିତ ମେସିନ କାର୍ଯ୍ୟକ୍ଷମ ହୋଇଛି। ତାଙ୍କ ସହିତ ନ୍ୟୁକ୍ଲିୟର ମେଡିସିନ ବିଭାଗର ଡ. ଗିରୀଶ ଏବଂ ଡ.ସାଇ ରହିଛନ୍ତି। ଏମ୍ସରେ ପେଟ୍ ସିଟି ସ୍କାନ ପାଇଁ ମାତ୍ର ୭୫୦୦ ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ଘରୋଇ ଡାକ୍ତରଖାନାରେ ଏହାର ମୂଲ୍ୟ ୨୫୦୦୦ ଟଙ୍କା। ୧୨୮ ସ୍ଲାଇସ ସିଟି ଏବଂ ଏଲଏସଓ କ୍ରିଷ୍ଟାଲ ଜ୍ଞାନକୌଶଳ ଦୃଷ୍ଟିରୁ ଏହା ପୂର୍ବ ଭାରତରେ ପ୍ରଥମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe