ପୋଷା ମୟୂରକୁ ଉଦ୍ଧାର କଲା ବନବିଭାଗ, ୨୫ ହଜାର ଜରିମାନା

Advertisment
ପୋଷା ମୟୂରକୁ ଉଦ୍ଧାର କଲା ବନବିଭାଗ, ୨୫ ହଜାର ଜରିମାନା

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ କଲମପୁରର ସନ୍ତୋଷ ଅଗ୍ରୱାଲଙ୍କ ଘରୁ ରବିବାର ଏକ ପୋଷା ମୟୂରକୁ ବନ ବିଭାଗ ଉଦ୍ଧାର କରିଛି। ବିନା ଅନୁମତିରେ ମୟୂର ରଖିଥିବା ଅଭିଯୋଗରେ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।

ପ୍ରକାଶ ଯେ ଶ୍ରୀ ଅଗ୍ରୱାଲ ପ୍ରାୟ ୨ମାସ ହେଲା ଏହି ମୟୂରକୁ ବ୍ଲକ୍‌ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଆଣିଥିଲେ। ମୟୂରକୁ ଦେଖି କିଛି ବ୍ୟକ୍ତି ଏହାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଏହି ଖବର ଜାଣିବା ପରେ ଏକ ଟିମ୍‌ ଗଠନ କରି ତଦନ୍ତ କରିଥିଲେ। ଗୁରୁବାର ମୟୂରକୁ ଉଦ୍ଧାର କରିବା ସହ ଶ୍ରୀ ଅଗ୍ରୱାଲଙ୍କୁ ପଚରାଉଚରା କରିଥିଲେ। ଏହି ଟିମ୍‌ରେ ଏସିଏଫ୍‌ ଶିବ ପ୍ରସାଦ ରଥ, କଲମପୁର ବନପାଳ ଭୁବନେଶ୍ୱର ବେହେରା ସାମିଲଥିଲେ। ଉଦ୍ଧାର ମୟୂରକୁ କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ଜାଖମ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe