ବାଇକ୍ ଦୁର୍ଘଟଣାରେ କ୍ରୀଡ଼ା ଶିକ୍ଷକ ମୃତ

ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

Greater Kashmir

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟସ୍ଥ ପତଡ ଘାଟିରେ ବାଇକ୍‌ ଦୁର୍ଘଟଣାରେ ଲୁବେନଗଡ ସରକାରୀ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ବିଭୂତି ପ୍ରଧାନଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ସେ ସୁଡ୍ରାରୁ ଟିକରବାଜୁ ରାସ୍ତା ଦେଇ ଲୁବେନଗଡ ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଥିଲା। ଫଳରେ ସେ ଗୁରୁତର ଆହତ ହୋଇ ରାତିସାରା ସେଠାରେ ପଡିରହିଥିଲେ। ସକାଳେ ସେହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ତାଙ୍କୁ ଦେଖି ପୁଲିସରେ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଁଚି ଦେଖିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ କେସ ନମ୍ବର ୧୦/୨୪ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe