ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର

Advertisment
ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର

ହରଭଙ୍ଗା: ହରଭଙ୍ଗା ତହସିଲ ଅଧୀନ ପିପଲକଟା ଏମ୍‌ଆଇପିର ଜଳମଗ୍ନ ସ୍ଥାନ ଭାବେ ରେକର୍ଡଭୁକ୍ତ ସ୍ଥାନରେ ମାଟି ପୋତି ହେବା ପରେ ଏହାକୁ ଜବରଦଖଲ କରାଯାଇଛି। ଗାନ୍ଧୀଗ୍ରାମ ଓ ଲାଣ୍ଡିବନ୍ଧର ୨ ଜଣ ବ୍ୟକ୍ତି ଉକ୍ତ ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି। ଫଳରେ ଗଉଡ଼ୁଣୀ ନାଳ ମଧ୍ୟରେ ଜମିର ହୁଡ଼ା ଯୋଗୁଁ ଜଳ ପ୍ରବାହ ବାଧାପ୍ରାପ୍ତ ହେଉଛି।

ବନ୍ୟା ବେଳେ ନାଳରେ ପାଣି ପ୍ରବାହିତ ନ ହୋଇ ଗାଁ ଭିତରକୁ ପଶୁଛି। ଏ ନେଇ ପୂର୍ବରୁ ତହସିଲଦାରଙ୍କ ନିକଟରେ ଅଭି‌ଯୋଗ ପରେ ଆର୍‌ଆଇ ଯାଇ ଜାଗା ମାପ କରି ଜବରଦଖଲକାରୀଙ୍କୁ ‌ହଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସେମାନେ ବର୍ତ୍ତମାନ ସୁଦ୍ଧା ଉକ୍ତ ସ୍ଥାନକୁ ମାଡ଼ି ବସିଛନ୍ତି। ତେଣୁ ବଡ଼ ବର୍ଷା ହେବା ପୂର୍ବରୁ ଜବରଦଖଲ ହଟାଇବାକୁ ବୁଧବାର ଗାନ୍ଧୀଗ୍ରାମର ଗ୍ରାମ୍ୟ ପରିଚାଳନା କମିଟି କର୍ମକର୍ତ୍ତା ତହସିଲଦାରୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe