‘ନୋସି’ର ସାମ୍ବାଦିକ ସମ୍ମିଳନୀ : ଉତ୍ତର ଓଡ଼ିଶାର ଭାଗ୍ୟ ବଦଳାଇବ ପେଟ୍ରୋକେମିକାଲ ପ୍ରକଳ୍ପ

Advertisment
‘ନୋସି’ର ସାମ୍ବାଦିକ ସମ୍ମିଳନୀ : ଉତ୍ତର ଓଡ଼ିଶାର ଭାଗ୍ୟ ବଦଳାଇବ ପେଟ୍ରୋକେମିକାଲ ପ୍ରକଳ୍ପ

Soteb

ବାଲେଶ୍ବର/ରେମୁଣା : ଜିଲ୍ଲାର ବାଲିଆପାଳରେ ୭୮ହଜାର ୨୨୫କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ପେଟ୍ରୋକେମିକାଲ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ତ୍ବରାନ୍ୱିତ କରିବାକୁ ଉତ୍ତର ଓଡ଼ିଶା ଶିଳ୍ପ ମହାସଂଘ(ନୋସି) ପକ୍ଷରୁ ଦାବି କରାଯାଇଛି। ଗୁରୁବାର ନୋସି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସଂଘର ସାଧାରଣ ସମ୍ପାଦକ ହରିଶ ପଟେଲ, ବରିଷ୍ଠ ସଦସ୍ୟ ଅମିତ ବେହେରା ଓ ସିପି ଭର୍ତ୍ତିଅ‌ା କହିଥିଲେ, ସାମ୍ପ୍ରତିକ ପରିସ୍ଥିତିରେ ଅର୍ଥନୀତି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମାନ୍ଦାବସ୍ଥା‌େର ଗତି କରୁଥିବାବେଳେ ଏହି ପ୍ରେଟୋକେମିକାଲ ପ୍ରକଳ୍ପ ଅସୀମ ସମ୍ଭା‌ବନା ସୃଷ୍ଟି କରିଛି।

ଏହି ଉଦ୍ୟୋଗରୁ ବାର୍ଷିକ ୧.୬ ନିୟୁତ ଟନ ପାରାକ୍ସିଲିନ ଓ ୨.୫ ନିୟୁତ ଟନ ବି‌େଶାଧିତ ଟେରିଫ୍‌ଥାଲିକ ଏସିଡ(ପିଟିଏ) ସହିତ ନାପ୍‌ଥା ଓ ପେଟ୍ରୋଲ ପ୍ରଭୃତି ଉତ୍ପାଦିତ ହେବ। ଏହି ପ୍ରକଳ୍ପରୁ ଉତ୍ପାଦିତ କଞ୍ଚାମାଲ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତର ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଶିଳ୍ପ ପାଇଁ ଅନ୍ୟାନ୍ୟ ଶିଳ୍ପ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରିବ। ଶିଳ୍ପରେ ପ୍ରତ୍ୟକ୍ଷ ଭାବରେ ୧୦ ହଜାର ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହିତ ଲକ୍ଷାଧିକ ପରିବାରକୁ ପରୋକ୍ଷ ଭାବରେ ରୋଜଗାର ମିଳିପାରିବ। ଏହା ସହିତ ବାଲେଶ୍ବର ଜିଲ୍ଲା ସମଗ୍ର ଦେଶର ଶିଳ୍ପ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବ। ଏହି ପ୍ରକଳ୍ପ ପାଇଁ ୩ ହଜାର ୩୨୦ ଏକର ଜମିର ଆବଶ୍ୟକତା ରହିଛି। ତେବେ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଜନଶୁ‌ଣାଣି ଶିବିର ଆୟୋଜନ ବେଳେ କେତେକ ସ୍ଥାନରେ ବିରୋଧାଭାସ ଦେଖାଦେଇଛି। ତେଣୁ ଜମି ହରାଉଥିବା ପରିବାର ସହିତ ସରକାର ଜମି ଜବରଦଖଲ କରିଥିବା ଗ୍ରାମବାସୀମାନଙ୍କୁ ପ୍ରକଳ୍ପ ସମ୍ପର୍କରେ ସବିଶେଷ ସୂଚନା ଦେବା ସହିତ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନୋସି ପକ୍ଷରୁ ଉଭୟ ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା। ବାଲେଶ୍ବରରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ ନୋସି ପକ୍ଷରୁ ଦୀର୍ଘଦିନ ଧରି ପ୍ରୟାସ କରାଯାଇଥିଲା। ପ୍ରକଳ୍ପ ଚୂଡ଼ାନ୍ତ ମଂଜୁରୀ ପାଇବାକୁ ଯାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଉତ୍ତରଓଡ଼ିଶା ବାସୀଙ୍କ ପକ୍ଷରୁ ନୋସି ଗଭୀର କୃତଜ୍ଞତା ଜ୍ଞାପନ କରିଛି।

ବାଲିଆପାଳ ପେଟ୍ରୋକେମିକାଲ ପ୍ରକଳ୍ପ ସ୍ଥାପନ ପାଇଁ କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ମଧ୍ୟସ୍ଥତା କରି ଏହାର ଆଶୁ ସମାଧାନ ପାଇଁ ନୋସି ଆଗ୍ରହୀ ଅଛି। ତେବେ ସେଥିପାଇଁ ପ୍ରଶାସନ ଓ ପ୍ରକଳ୍ପ କର୍ତ୍ତୃପକ୍ଷ ନୋସିକୁ ଏଯାବତ କୌଣସି ପ୍ରସ୍ତାବ ଦିଆଯାଇନଥିବା କୁହାଯାଇଥିଲା। ବାଲେଶ୍ବରବାସୀ ଶିଳ୍ପର ବିକାଶକୁ ସର୍ବଦା ସ୍ବାଗତ କରିବା ସହ ସହଯୋଗର ହାତ ମଧ୍ୟ ବଢ଼ାଇଛନ୍ତି। ବାଲିଆପାଳ ପେଟ୍ରୋକେମିକାଲ ପ୍ରକଳ୍ପକୁ ମଧ୍ୟ ସମସ୍ତ ଦଳ, ବଳ ନିର୍ବିଶେଷରେ ଜିଲ୍ଲାବାସୀ ସହଯୋଗ କରିବେ। ସର୍ବୋପରି ନିର୍ଦ୍ଧାରିତ ୩ ବର୍ଷର ସମୟସୀମା ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ବୋଲି ନୋସିର କର୍ମକର୍ତ୍ତାମ‌ାନେ ହେବ ଆଶାବାଦୀ ଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe