ଆଜି ଦେଶବ୍ୟାପୀ ପୁଣି ବଢ଼ିଲା ଇନ୍ଧନ ମୂଲ୍ୟ; ଭୁବନେଶ୍ୱରରେ ୧୦୭ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

Advertisment
ଆଜି ଦେଶବ୍ୟାପୀ ପୁଣି ବଢ଼ିଲା ଇନ୍ଧନ ମୂଲ୍ୟ; ଭୁବନେଶ୍ୱରରେ ୧୦୭ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଅଶୋଧିତ ତୈଳ ଦର ବୃଦ୍ଧିପାଇବା କାରରରୁ ଆଜି ଇନ୍ଧନ ଦର ପୁନଶ୍ଚ ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି। ଆଜି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ଯଥାକ୍ରମେ ଟ.୧୦୬.୧୯ ଏବଂ ଟ. ୯୪.୯୨ ହୋଇଥିବା କଥା ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌’ କହିଛି।

ସେହି ଅନୁସାରେ, ଆଜି ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୧୦୭ ଟପିଯାଇଛି। ‘ହାଇେଓ୍ଵ ଡିଜେଲ୍‌ ସେଣ୍ଟର୍‌’ ଆଜି ସକାଳ ୭.୪୭ ବେଳକୁ ଡିଜେଲ୍‌ ଲିଟର୍‌ପିଛା ମୂଲ୍ୟ ଟ. ୧୦୩.୫୩, ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୭.୧୩ ଏବଂ ଏକ୍ସପି୯୫ ଲିଟର୍‌ପିଛା ୧୧୧.୩୩ ଥିବା କଥା ‘ଇଣ୍ଡିଆନ୍‌ ଅଏଲ୍‌’ସୂତ୍ରରୁ ଜଣାପଡ଼ିଛି।

publive-image Image Courtesy of NDTV

ଏହା ବ୍ୟତିରେକେ, ଏୟାର୍‌ଲାଇନ୍‌ମାନଙ୍କୁ ବିକ୍ରୟ କରାଯାଉଥିବା ‘ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌’ (ଏଟିଏଫ୍‌) ପେଟ୍ରୋଲ୍‌ ମଧ୍ୟ ଲିଟରପିଛା ୩୪% ବୃଦ୍ଧି ପାଇଛି। ଦିଲ୍ଲୀରେ ‘ଏଟିଏଫ୍‌’ ଲିଟର୍‌ପିଛା ଟ. ୭୯,୦୨୦.୧୬ ବା ଟ. ୭୯/-ରେ ବିକ୍ରୟ ହେଉଛି।

ସମ୍ପ୍ରତି ମୁମ୍ବାଇରେ ପେଟ୍ରୋଲ୍‌ ଲିଟରପିଛା ଟ.୧୧୨.୧୧, ଡିଜେଲ୍‌ ଲିଟର୍‌ପିଛା ଟ.୧୦୨.୮୯ରେ ବିକ୍ରି ହେଉଛି। ଚେନ୍ନାଇରେ ମଧ୍ୟ ପେଟ୍ରୋଲ୍‌ ଲିଟରପିଛା ଟ.୧୦୩.୩୧ରେ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ଲିଟରପିଛା ଟ. ୯୯.୨୬ରେ ବିକ୍ରି ହେଉଛି। କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର ପ୍ରତି ଟ. ୧୦୬.୭୮ ଏବଂ ଡିଜେଲ୍‌ ଟ. ୯୮.୦୩ ରହିଛି।

ଦେଶରେ ଥିବା ଚାରିଟି ମେଟ୍ରୋ ସିଟି ମଧ୍ୟରୁ ମୁମ୍ବାଇରେ ଇନ୍ଧନ ଦର ସବୁଠୁ ଅଧିକ ଥିବା କଥା ରାଷ୍ଟ୍ରାୟତ ତୈଳ ବିଶୋଧନ ସଂସ୍ଥାନ ‘ଇଣ୍ଡିଆନ୍‌ ଅଏଲ୍‌’ କହିଛି।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଏବଂ ଟଙ୍କା ଓ ଡଲାର୍‌ ବିନିମୟ ମୂଲ୍ୟକୁ ଆଧାର କରି ରାଷ୍ଟ୍ରାୟତ ତୈଳ ବିଶୋଧନାଗାର ‘ଇଣ୍ଡିଆନ୍‌ ଅଏଲ୍‌’, ‘ଭାରତ ପେଟ୍ରୋଲିୟମ୍‌’ ଏବଂ ‘ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌’ ଭଳି ସଂସ୍ଥାନ ଇନ୍ଧନ ଦର ସଂଶୋଧନ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe