ସିଙ୍ଘାପଡା ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ବାନାମ୍ବର ମାଝି ଗିରଫ

Advertisment
ସିଙ୍ଘାପଡା ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ବାନାମ୍ବର ମାଝି ଗିରଫ

ଖଣ୍ଡପଡା : ଖଣ୍ଡପଡା ବ୍ଲକ ଅଧୀନ ସିଙ୍ଘାପଡା ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ଉପରେ ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାନାମ୍ବର ମାଝି(୧୯)କୁ ଗିରଫ କରିଛି ଖଣ୍ଡପଡା ପୁଲିସ। ଗତ ଜାନୁଆରୀ ୧୫ତାରିଖରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଅଭିଯୁକ୍ତ ବାନାମ୍ବର କାଚ ବୋତଲରେ କିରୋସିନି ଭର୍ତ୍ତି କରି ପମ୍ପର କିଓସ୍କ ପଏଣ୍ଟକୁ ଫୋପଡିବା ସହ ପେଟ୍ରୋଲ ପମ୍ପରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା। ଏହାଦ୍ବାରା କିଓସ୍କ ପଏଣ୍ଟ ଜଳିଯିବା ସହିତ ପମ୍ପ କ୍ଷତିଗ୍ରସ୍ତ ହୋଇଥିବା ନେଇ ସଂସ୍ଥାର ମ୍ୟାନେଜର ଖଣ୍ଡପଡା ଥାନାରେ ଏତଲା ଦେଇଥିଲେ।

ଅନ୍ୟପକ୍ଷରେ ଉକ୍ତ ଅଗ୍ନିକାଣ୍ଡ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତର ଅନୁସନ୍ଧାନ କରୁଥିଲା। ତେବେ ଘଟଣାପରେ ଫେରାର ହୋଇଯାଇଥିବା ବାନାମ୍ବରକୁ ଗୁରୁବାର ଅପରାହ୍ନରେ ଗଡିଆସାହି ପଞ୍ଚାୟତ ଅଧୀନ ପଥରଗଣ୍ଡ ସ୍ଥିତ ତାର ନିଜ ଗାଁରୁ ଗିରଫ କରିଛି ଖଣ୍ଡପଡା ପୁଲିସ। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ବିଶ୍ଵଜିତ ରାଉତରାୟଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe