ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ : ୨ ଗିରଫ

Advertisment

ଦେଶୀ ବନ୍ଧୁକ, ଗୁଳି, ବାଇକ ଜବତ

ଦେଶୀ ବନ୍ଧୁକ, ଗୁଳି, ବାଇକ ଜବତ

ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ : ୨ ଗିରଫ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ଫାଣ୍ଡି ପୁଲିସ  ଶନିବାର ରାତିରେ ଏକ ପେଟ୍ରୋଲ ପମ୍ପ ଡକାୟତି ଯୋଜନାକୁ ପଣ୍ଡ କରିଦେଇଛି। ଲାଇଙ୍ଗ ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ  ଚୋରା ଦେଶୀ ବନ୍ଧୁକ, ଗୁଳି ସହ ବାଇକ୍‌ ଜବତ କରାଯାଇଛି। ଗିରଫ ଯୁବକ ଦ୍ୱୟ ଲାଇଙ୍ଗ ମହୁଲଡିହି ଗ୍ରାମର  ମହେଶ ରାଜଗନ୍ଧା(୨୩) ଏବଂ  ଉଷରା କଲୋନିର ଭାଗେଶ୍ୱର ଦେବ ପାନ (୨୮)। ରାଜଗାଙ୍ଗପୁର ଏସ୍‌ଡିପିଓ ଡ. ଶଶାଙ୍କ ଶେଖର ବେହୁରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଶନିବାର ରାତିରେ ମାରଣାସ୍ତ୍ର ଧରି ଦୁଇ ଯୁବକ ମନ୍ଦିରା ଡ୍ୟାମ୍ ଅଞ୍ଚଳରେ ବୁଲୁଥିଲେ। କାଂଶବାହଲ ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ସାହୁ ଖବର ପାଇ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ଯାଇଥିଲେ।

ମନ୍ଦିରା ଡ୍ୟାମ୍‌ ନିକଟରେ ଦୁଇ ଅଭିଯୁକ୍ତ ଏକ ମୋଟରସାଇକଲ(ଓଡି ୧୪ ଏସ୍‌ ୯୨୬୪)ରେ ସନ୍ଦେହଜନକ ଭାବରେ ବୁଲାବୁଲି କରୁଥିବା ଦେଖିଥିଲେ। ଶ୍ରୀ ସାହୁ ସେମାନଙ୍କୁ ଅଟକାଇ ଯାଞ୍ଚ କରିବାରୁ ତାଙ୍କ ମୋଟରସାଇକଲରୁ ଏକ ଦେଶୀ ବନ୍ଧୁକ(୭.୬୨ ଏମ୍‌ଏମ୍‌) ସହ ଏକ ଅଫୁଟା ଗୁଳି ମିଳିଥିଲା। ପୁଲିସ ଉଭୟଙ୍କୁ ଅଟକ ରଖି  ପଚରାଉଚରା କରିଥିଲା। ସେମାନେ ବରପାଲିସ୍ଥ ଟୋଲ ଗେଟ୍‌ଠାରେ ଥିବା ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ସ୍ବୀକାର କରିଥିଲେ। ବନ୍ଧୁକ କେଉଁଠୁ ପାଇଲେ ସେ ନେଇ ପୁଲିସ ଖୋଳତାଡ଼ ଜାରିରଖିଛି। ପୁଲିସ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜଗାଙ୍ଗପୁର ଥାନା ଅଧିକାରୀ ବିବତ୍ସ ପ୍ରଧାନ, କାଂଶବାହାଲ ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ସାହୁ, ଏସ୍‌ଆଇ ଖଗପତି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe