ସାଦା ପେଟ୍ରୋଲକୁ ଏକ୍ସଟ୍ରା ପ୍ରିମିୟମ ତେଲ କହି ହରଡ଼ଘଣାରେ ମାଲିକ; ଅଭିଯୋଗ ପରେ ରାତି ଅଧିଆ ପମ୍ପ ସିଲ୍

ସାଦା ପେଟ୍ରୋଲକୁ ଏକ୍ସଟ୍ରା ପ୍ରିମିୟମ ତେଲ କହି ହରଡ଼ଘଣାରେ ମାଲିକ; ଅଭିଯୋଗ ପରେ ରାତି ଅଧିଆ ପମ୍ପ ସିଲ୍

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା କଲେଜ ଛକରେ ଥିବା ରୋହିତ କେଏସ୍‌କେ ପେଟ୍ରୋଲ ପମ୍ପରେ ସାଧାରଣ ପେଟ୍ରୋଲକୁ ଏକ୍ସଟ୍ରା ପ୍ରିମିୟମ ତେଲ କହି ଅଧିକ ଦାମ୍‌ରେ ବିକ୍ରି ହେଉଥିଲା। ଏ ନେଇ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀମାନେ ଆସି ରାତିଅଧିଆ ପେଟ୍ରୋଲ ଯାଞ୍ଚ କରିବା ସହ ପେଟ୍ରୋଲ ପମ୍ପକୁ ସିଲ୍ କରିଥିବା ଜଣାଯାଇଛି।
ସୂଚନା ଅନୁସାରେ, ଏହି ପେଟ୍ରୋଲ ପମ୍ପରେ ସାଧାରଣ ପେଟ୍ରୋଲକୁ ଏକ୍ସଟ୍ରା ପ୍ରିମିୟମ୍ କହି ଲିଟର ପିଛା ୧୧୪ ଟଙ୍କାରେ ବିକ୍ରି କରାଯାଉଥିଲା। ଅର୍ଥାତ୍‌ ୭ ଟଙ୍କା ଅଧିକ ଦାମ୍‌ରେ ବିକ୍ରି ହେଉଥିଲା। ଏମିତି ଭାବେ ଅଞ୍ଚଳବାସୀଙ୍କୁ ପେଟ୍ରୋଲ ପମ୍ପ ମାଲିକ ଲୁଟି ଚାଲୁଥିଲେ। କେହି ଗ୍ରାହକ ଅଭିଯୋଗ କରିବା ପରେ ବିଭାଗୀୟ ଅଧିକାରୀମାନେ ୩ ତାରିଖରେ ଆସି ଯାଞ୍ଚ କରିଥିଲେ।

ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିବା ପେଟ୍ରୋଲ୍‌ ପମ୍ପକୁ ସିଲ୍‌ କରିଥିଲେ। ଗତ ୩ ତାରିଖରୁ ଏହି ପେଟ୍ରୋଲ ପମ୍ପ ବନ୍ଦ ଥିବା ବେଳେ ମାଲିକ ଅନ୍ୟ ଏକ ଟାଙ୍କିରୁ ବଡ଼ ଜାର୍‌ରେ ପେଟ୍ରୋଲ ଆଣି ନିଜ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ରି କରୁଥିବା ଜଣାଯାଇଛି। ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe