ଆମପାଣି ଘାଟିରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Advertisment

ନବରଙ୍ଗପୁର-କଳାହାଣ୍ଡି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ

ନବରଙ୍ଗପୁର-କଳାହାଣ୍ଡି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ

ଆମପାଣି ଘାଟିରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କୋକସରା : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଗୁରୁବାର ମଧ୍ୟାହ୍ନରେ ପାରାଦ୍ୱୀପରୁ ବୋରିଗୁମ୍ମା ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ( ଓଡ଼ି ୦୧ଏପି-୭୮୪୬) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଗାଡ଼ି ଡ୍ରାଇଭର ଶଙ୍କର ଚୌହାନ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ ଲିକେଜ୍‌ ହୋଇ ରାସ୍ତାରେ ନିର୍ଗତ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଆମପାଣି ପୁଲିସ୍ ଓ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାର ଦୁଇ ପାର୍ଶ୍ବକୁ ଅବରୋଧ କରିଛନ୍ତି। ଫଳରେ ଦୀର୍ଘ ୮ ଘଣ୍ଟାରୁ ଅଧିକ ହେଲା ଗାଡ଼ି ଚଳାଚଳ ବନ୍ଦ ରହିଛି।

ଘଟଣାସ୍ଥଳରେ ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ, ଧର୍ମଗଡ଼ ଉପଖଣ୍ଡ ପୁଲିସ୍ ଅଧିକାରୀ ଧୀରଜ ଚୋପଦାର, କୋକସରା ତହସିଲଦାର ଦେବବ୍ରତ କରାଟି, ବିଡିଓ ଉତ୍ତମ କୁମାର ବାଗ, ଡେପୁଟି ଅଗ୍ନିଶମ ଅଧିକାରୀ, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, କୋକସରା ଥାନାଧିକାରୀ ପ୍ରସନ୍ନ ବେହେରା, ଆମପାଣି ବନ କର୍ମଚାରୀ ନାରାୟଣ ନାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ତଥା ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ମନ ରଂଜନ ବାଣୁଆ ପହଞ୍ଚି ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଶୀଘ୍ର ରାସ୍ତାରୁ ଗାଡ଼ିକୁ ହଟାଇ ଗାଡ଼ି ଚଳାଚଳ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe