ପିଜି ନାମଲେଖା: ମେଧା ତାଲିକା ପ୍ରକାଶ; ୧୧,୯୮୪ ଯୋଗ୍ୟ ବିବେଚିତ, ଆଜିଠୁ ନାମଲେଖା

Advertisment
ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୫ ପର୍ଯ୍ୟନ୍ତ ବଢ଼ିଲା

forum.edugorilla.com

ଭୁବନେଶ୍ବର : ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ପିଜି ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ୭୩ଟି ଶିକ୍ଷାନୁଷ୍ଠାନର ୧୫ ହଜାର ୭୦୯ ସିଟ୍‌ରେ ନାମଲେଖା ଲାଗି ୫୬ ହଜାର ୮୦ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୨ ହଜାର ୧୬ଜଣଙ୍କ ଆବେଦନକୁ ବିଚାରକୁ ନିଆଯିବା ସହ ୧୧ ହଜାର ୯୮୪ଜଣଙ୍କୁ ସିଟ୍‌ ଆ‌ଲଟ୍‌ମେଣ୍ଟ ହୋଇଛି। ୨୦ ହଜାର ୪୫୨ ଜଣ ଛାତ୍ରଙ୍କ ମଧ୍ୟରୁ ୪୬୪୫ ଜଣ ଚୟନ ହୋଇଥିବା ବେଳେ ୩୫ ହଜାର ୬୨୨ଜଣ ଛାତ୍ରୀଙ୍କ ମଧ୍ୟରୁ ୭୩୩୯ଜଣ ନାମଲେଖା ଲାଗି ମନୋନୀତ ହୋଇଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୧୬ ଓ ୧୭ରେ ଅନୁଷ୍ଠିତ ‌ହେବ। ସେପ୍ଟେମ୍ବର ୨୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨୪ ଓ ୨୫ ତାରିଖରେ ନାମଲେଖା ହେବ। ୨୯ ତାରିଖରେ ପ୍ରୋଭିଜନାଲ ଖାଲି ସିଟ୍‌ ତାଲିକା ସାମ୍‌ସ ୱେବସାଇଟ୍‌ରେ ପ୍ରକାଶ ପାଇବ। ଅକ୍ଟୋବର ୧୦ରେ ସ୍ପଟ୍‌ ତାଲିକା ସହ ଛାତ୍ରଛାତ୍ରୀ ୧୧ ଓ ୧୨ ତାରିଖରେ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିପାରିବେ।

ମେଧା ତାଲିକା ପ୍ରକାଶ ସହ କଟ୍‌ ଅଫ୍‌ ମାର୍କ ତାଲିକା ମଧ୍ୟ ଗୁରୁବାର ଦିନ ପ୍ରକାଶ ପାଇଛି। ଦୁଇଟି ବିଷୟରେ କଟ୍‌ ଅଫ୍‌ ମାର୍କ ୭୦ ପ୍ରତିଶତରୁ ଅଧିକ ରହିଛି। ସାଧାରଣ ବର୍ଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମେରାଇନ୍‌ ସାଇନ୍ସ ବିଭାଗର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୭୯.୩୧% ରହିଛି। ଖୋର୍ଧାସ୍ଥିତ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଆପ୍ଲାଏଡ୍‌ ଜିଓଲୋଜି ବିଭାଗର କଟ୍‌ ଅଫ୍‌ ମାର୍କ ୭୨.୫୨% ଥିବା ବେଳେ ଫକୀର ମୋହନ ବିଶ୍ବବିଦ୍ୟାଳୟର ଉର୍ଦ୍ଦୁରେ ୬୮.୩%, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜର ଭୂତତ୍ତ୍ବ ବିଜ୍ଞାନରେ ୬୮.୨୭%, ଫକୀର ମୋହନ ବିଶ୍ବବିଦ୍ୟାଳୟର ଗଣମାଧ୍ୟମ ଓ ଗଣଯୋଗାଯୋଗ ବିଭାଗରେ ୬୭.୩୬%, ଉତ୍କଳ ବିଶ୍ବବିଦ୍ୟାଳୟ ପବ୍ଲିକ ଆଡମିନିଷ୍ଟେସନରେ ୬୬.୨୮% ରହିଛି। ମୋଟ ଉପରେ ୭୬ଟି ବିଷୟର କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe