ଆସନ୍ତା ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ପିଜି ନାମଲେଖା

୧୧ କ୍ଲିନିକାଲ, ୪ ଅଣ କ୍ଲିନିକାଲ ବିଭାଗରେ ପାଠପଢ଼ା

ବିଦେଶୀ ସଂସ୍ଥା ହାତରେ ହସ୍ପିଟାଲର ସବୁ ଦାୟିତ୍ବ

Mycitylinks

ଭୁବନେଶ୍ବର : ଆସନ୍ତା ୨୦୨୨/୨୩ ଶିକ୍ଷାବର୍ଷରେ କ୍ୟାପିଟାଲ ହସ୍ପିଟାଲରେ ୧୫ଟି ବିଭାଗରେ ପିଜି ପାଇଁ ନାମଲେଖା ଆରମ୍ଭ ହେବ। ୧୧ଟି କ୍ଲିନିକାଲ ଓ ୪ଟି ଅଣକ୍ଲିନିକାଲ ବିଭାଗରେ ପିଜି ପାଠ୍ୟକ୍ରମ ପାଇଁ ସ୍ବାସ୍ଥ୍ୟ ବିଭାଗରୁ ଅନୁମତି ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ମେଡିସିନ୍, ସର୍ଜରି, ସ୍ତ୍ରୀ ଓ ପ୍ରସୂତି ଓ ଶିଶୁରୋଗରେ ୫ଜଣ ଲେଖାଏଁ ଓ ବଳକା ୧୧ଟି ବିଭାଗରେ ୩ଜଣ ଲେଖାଏଁ ପିଜି ଛାତ୍ରଙ୍କ ନାମଲେଖା ପାଇଁ ଜାତୀୟ ମେଡିକାଲ କମିସନ ବା ଏନ୍‌ଏମ୍‌ସିର ଅନୁମୋଦନ ଉପରେ ନିର୍ଭର କରୁଛି। ଅନ୍ୟ ବିଭାଗଗୁଡ଼ିକ ମଧ୍ୟରେ ଆନାସ୍ଥେସିଆ, ରେଡିଓ ଡା‌ଏଗ୍ନୋସିସ୍, ପଲମୋନାରି ମେଡିସିନ୍, ଅର୍ଥୋପେଡିକ୍ସ, ଅପଥାଲମୋଲୋଜି, ଇଏନ୍‌ଟି, ଏମର୍ଜେନ୍‌ସି ମେଡିସିନ, ପାଥୋଲୋଜି, ମାଇକ୍ରୋବାଇଓଲୋଜି, ବାଇଓକେମିଷ୍ଟ୍ରି ଓ ଏଫ୍‌ଏମ୍‌ଟି ରହିଛି।

ଭୁବନେଶ୍ବରରେ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ ଏବଂ କ୍ୟାପିଟାଲ ହସ୍ପିଟାଲ ପାଇଁ ୨୦୧୩ ମସିହାରେ ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ। ହେଲେ ଅର୍ଥାଭାବ ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଚଳିତବର୍ଷ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର୍‌ ଆହ୍ବାନ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୨୨୯କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ୨ଟି ୫ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଛି। କ୍ୟାପିଟାଲ ହସ୍ପିଟାଲରେ ଏବେ ୨୦ରୁ ଅଧିକ ବିଭାଗ କାର୍ଯ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe