ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧାତାଲିକା ୱେବ୍‌ସାଇଟ୍‌ରେ ଉପଲବ୍ଧ

ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧାତାଲିକା ୱେବ୍‌ସାଇଟ୍‌ରେ ଉପଲବ୍ଧ

Representative image

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧା ତାଲିକା ଆଜି ସନ୍ଧ୍ୟାରେ ସାମସ୍‌-ସିପିଇଟି ୨୦୨୦ର ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯାଇଛି।

ଜନସାଧାରଣ www.samsodisha.gov.inରେ Post Graduationରେ କ୍ଲିକ୍‌ କରି State wide provisional Merit List ଲିଙ୍କରେ ଏହି ପିଜି ପ୍ରବେଶିକା ପରୀକ୍ଷା ବିଷୟ ଅନୁଯାୟୀ ମେଧାତାଲିକା ଦେଖିପାରିବେ। ଏଥି ସହିତ ଛାତ୍ରଛାତ୍ରୀମାନେ ସେମାନଙ୍କର ୱେବ୍‌ସାଇଟ୍‌ରେ ୟୁଜର ନେମ୍‌ ଓ ପାସ୍‌ଓ୍ଵର୍ଡ ଦେଇ ଲଗ୍‌ଇନ୍‌ କରି ମଧ୍ୟ MIS Reportରେ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟ ଅନୁସାରେ ମେଧା ତାଲିକା ଦେଖିପାରିବେ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରଥମ ଥର ପାଇଁ ୭୦ଟି ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟରେ ବିଭିନ୍ନ ପିଜି ପାଠ୍ୟକ୍ରମର ୧୪,୪୦୧ଗୋଟି ସିଟ୍‌ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହୋଇଥିଲା। ଏଥିରେ ଭାଗ ନେବା ପାଇଁ ସମୁଦାୟ ୬୨,୧୯୦ ଜଣ ଆବେଦନ କରିଥିବା ବେଳେ ଏକକ ପ୍ରବେଶିକା ପରୀକ୍ଷାରେ ମୋଟ ୫୫,୭୪୬ ଜଣ ପରୀକ୍ଷା ଦେଇଥିଲେ। ପ୍ରବେଶିକା ପରୀକ୍ଷା ନିମନ୍ତେ ୭୧,୭୮୯ଟି ହଲ୍‌ ଟିକେଟ୍‌ ଜାରି କରାଯାଇଥିଲା। ତେବେ ବିଭିନ୍ନ ବିଷୟରେ ୬୨,୯୪୨ ଜଣ ପରୀକ୍ଷା ଦେଇଥିଲେ ଏବଂ ୫୨,୭୮୦ ଜଣ ପରୀକ୍ଷାର୍ଥୀଙ୍କ ମେଧା ତାଲିକା ୱେବ୍‌ସାଇଟ୍‌ରେ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe