ମହାମାରୀ କାଳରେ କଲେଜରେ ରୋଗୀସେବା କରିଥିବା ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ କୋଭିଡ ଡ୍ୟୁଟି ଲାଗି ଅର୍ଥ ମିଳିବ

୨୧ ଡାକ୍ତରଙ୍କୁ ନେଇ ଚାଲିଛି ମାନସିକ ଭିନ୍ନକ୍ଷମ ଚିକିତ୍ସା, ୧୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖାଲି

indiamart.com

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ଯେଉଁ ଶେଷ ବର୍ଷର ପିଜି ଡାକ୍ତରମାନେ ନିଜ ମେଡିକାଲ କଲେଜରେ ରୋଗୀସେବା କରିଛନ୍ତି ତାହାକୁ କୋଭିଡ ଡ୍ୟୁଟିଭାବେ ଗଣାଯିବ। ୨୦୧୭ ଓ ୨୦୧୮ ବ୍ୟାଚ୍‌ର ଓଏମ୍‌ଏଚ୍‌ଏସ୍‌ କ୍ୟାଡର ଅଧୀନ ଡାକ୍ତର ଓ ଓଏମ୍‌ଏସ୍‌ ଅଧୀନ ଦାନ୍ତ ଡାକ୍ତର ଏ ବାବଦରେ ସେମାନଙ୍କ ଦରମା ଏବଂ ଷ୍ଟାଇପେଣ୍ଡ ପାଇବେ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଭାଗୀୟ ନିର୍ଦେଶକ ଓ ସବୁ ଜିଲ୍ଲା ସିଡିଏମ୍‌ଓଙ୍କୁ ଚିଠି ଜାରି ହୋଇଛି। କୋଭିଡ ମହାମାରୀକୁ ନଜରରେ ରଖି ଜାତୀୟ ମେଡିକାଲ ପରିଷଦ ବା ଏମ୍‌ସିଆଇ ପକ୍ଷରୁ ପିଜି ଶେଷବର୍ଷ ଛାତ୍ରଛାତ୍ରୀ ନିଜ ମେଡିକାଲ କଲେଜରେ କୋଭିଡ ସେବାରେ ନିୟୋଜିତ ନେଇ ଉପଦେଶାବଳୀ ଜାରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe