ଅକ୍ଟୋବର ୧୦ରେ ପିଜି ସ୍ପଟ୍‌ ମେଧା ତାଲିକା

Advertisment
ସରକାରୀ ବିଏଡ୍‌ କଲେଜରେ ନାମଲେଖା ଅନିଶ୍ଚିତତା: ରାଙ୍କ୍ ‌କାର୍ଡ ଧରି ବସିଛନ୍ତି ମେଧାବୀ

Representation image

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ଥିବା ପିଜି(ସ୍ନାତକୋତ୍ତର) ପାଠ୍ୟକ୍ରମର ଖାଲିଥିବା ସିଟ୍‌ ଲାଗି ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଓ କାର୍ଯ୍ୟସୂଚୀ ଜାରି ହୋଇଛି। ସ୍ପଟ୍‌ ନାମଲେଖା ଲାଗି ଅକ୍ଟୋବର ୧୦ରେ ମେଧା ତାଲିକା ପ୍ରକାଶ ପାଇବ। ୧୧ ଓ ୧୨ତାରିଖରେ ଛାତ୍ରଛାତ୍ରୀ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ।

ସ୍ପଟ୍‌ ମେଧା ତାଲିକା ଅନୁଯାୟୀ ରିପୋର୍ଟ କରିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ୧୩ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷରୁ ଅପଡେଟ୍‌ କରାଯିବ। ୧୮ତାରିଖରେ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ତାଲିକା ପ୍ରକାଶ ସହ ୧୯ ଓ ୨୦ ତାରିଖରେ ଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାଇବେ। ୨୧ ତାରିଖରେ ଶିକ୍ଷାନୁଷ୍ଠାନଗୁଡ଼ିକ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଇ-ସ୍ପେସ୍‌ରେ ଉପଲବ୍ଧ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe