ଔଷଧ ନିଗମ ଦୁର୍ନୀତି ପ୍ରସଙ୍ଗ : ନ୍ୟାୟ ବ୍ୟବସ୍ଥା ପ୍ରତି ସରକାରଙ୍କ ଖାତିର ନାହିଁ: କଂଗ୍ରେସ

Advertisment

ଲୋକାୟୁକ୍ତରେ ହାଜର ହେଲେନି ଶିଳ୍ପ ବିଭାଗ ସଚିବ, ସେପ୍ଟେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି

ଲୋକାୟୁକ୍ତରେ ହାଜର ହେଲେନି ଶିଳ୍ପ ବିଭାଗ ସଚିବ, ସେପ୍ଟେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି

ଔଷଧ ନିଗମ ଦୁର୍ନୀତି ପ୍ରସଙ୍ଗ : ନ୍ୟାୟ ବ୍ୟବସ୍ଥା ପ୍ରତି ସରକାରଙ୍କ ଖାତିର ନାହିଁ: କଂଗ୍ରେସ

The Indian Express

ଭୁବନେଶ୍ବର, : ରାଜ୍ୟ ସରକାରଙ୍କ ନ୍ୟାୟିକ ବ୍ୟବସ୍ଥା ପ୍ରତି ସମ୍ମାନ ନାହିଁ। ଔଷଧ ନିଗମ ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ ପାଖରେ ସରକାର ହାଜର ହେଲେନି। ଏହାକୁ ନେଇ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏପରି ଅଭିଯୋଗ ଆଣିଛି। ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି।

କଂଗ୍ରେସ ପକ୍ଷରୁ ଜାରି ପ୍ରବୃତି ଅନୁଯାୟୀ ଦଳୀୟ ନେତା ତଥା ଏହି ମାମଲାର ଆବେଦନକାରୀ ସୁଦର୍ଶନ ଦାସ କହିଛନ୍ତି, କରୋନା ପାଇଁ ପିପିଇ କିଟ୍‌, ମାସ୍କ ଓ ଅନ୍ୟ ଔଷଧ କିଣାରେ ଯେଉଁ କେଳେଙ୍କାରୀ ହୋଇଥିଲା ସେଥିପାଇଁ ଗତ ଜୁନ୍‌ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ ପିଟିସନ୍‌ ଦାଖଲ କରାଯାଇଥିଲା। ଯାହାର ଶୁଣାଣି ଆଜି ଥିଲା। ଏହି ମାମଲାରେ କୋଭିଡ୍‌ ଜିନିଷପତ୍ର କିଣାକିଣି କମିଟିର ତତ୍କାଳୀନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଓ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ପକ୍ଷ କରାଯାଇଛି। ସେମାନଙ୍କୁ ଉତ୍ତର ରଖିବାକୁ ମାନ୍ୟବର ନ୍ୟାୟାଳୟ ନୋଟିସ ମଧ୍ୟ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ଏହି ଅଫିସରମାନେ କିଛି ବି ଉତ୍ତର ରଖିନାହାନ୍ତି। ଏପରି କରି ଦେଶର ନ୍ୟାୟିକ ବ୍ୟବସ୍ଥା ପ୍ରତି ସରକାର ବେଖାତିର ମନୋଭାବର ପରିଚୟ ଦେଇଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

ଶୁଣାଣି ବେଳେ କୋର୍ଟରେ ନିଜେ ଶ୍ରୀ ଦାସ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ। ତାଙ୍କ କହିବା ଅନୁଯାୟୀ, ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଅଜିତ୍‌ ସିଂହ ଓ ସଦସ୍ୟ ଦେବବ୍ରତ ସ୍ବାଇଁ ସବୁ ଶୁଣିବା ପରେ ସରକାରୀ ଅଧିକାରୀଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି। ଆସନ୍ତା ଶୁଣାଣି ସମୟରେ ଯଦି ସରକାରଙ୍କ ପକ୍ଷରୁ କିଛି ଉତ୍ତର ନ ମିଳେ, ତେବେ ଲୋକାୟୁକ୍ତ ନିଜଆଡ଼ୁ ଅନୁସନ୍ଧାନ ଆରମ୍ଭ କରିବେ ବୋଲି ରୋକଠୋକ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe