‘ମୋ କଲେଜ’ର ଦ୍ବିତୀୟ ପର୍ଯ୍ୟାୟ ଅର୍ଥ ମଞ୍ଜୁରି: ୧୯ ଶିକ୍ଷାନୁଷ୍ଠାନ ପାଇଁ ୨ କୋଟି ୪୦ ଲକ୍ଷ

ଜାଲ୍‌ ଚେକ୍‌ରେ ବ୍ୟାଙ୍କ୍‌ରୁ ଉଠାଇନେଲେ ୪୬ ଲକ୍ଷ ଟଙ୍କା

Image Courtesy of India Today

ଭୁବନେଶ୍ବର : ‘ମୋ କଲେଜ’ ଅଭିଯାନରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହ ୧୮ଟି ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ଲାଗି ଆଜି ରାଜ୍ୟ ସରକାର ୨ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ୧୯ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ରେଭେନ୍ସା ସମେତ ବିଜେବି କଲେଜ, ଅନୁଗୁଳ ଜିଲ୍ଲା କିଶୋରନଗର ମହାବିଦ୍ୟାଳୟ, ରେମୁଣା କଲେଜ, ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ, ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବିରେନ ମିତ୍ର ମେମୋରିଆଲ ମହିଳା ମହାବିଦ୍ୟାଳୟ ପ୍ରମୁଖ ରହିଛି।

ଗଞ୍ଜାମ ଜିଲ୍ଲାର ରାମଜୀ ଡିଗ୍ରି କଲେଜ, ପାରାଦୀପ କଲେଜ, ଧର୍ମଶାଳା ମହିଳା କଲେଜ, ବରୁଣେଶ୍ୱର କଲେଜ, ଝାରସୁଗୁଡ଼ା ଜିଲ୍ଲାର ମହିଳା ଡିଗ୍ରି କଲେଜ, ମୟୂରଭଞ୍ଜ ଜିଲ୍ଲାର ଲକ୍ଷ୍ମୀକାନ୍ତ ଡିଗ୍ରି କଲେଜ, ସମ୍ବଲପୁର ଜିଲ୍ଲାର ବାସୁଦେବ ଗୋଦାବରୀ କଲେଜ, ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଝି ଭୋକେସନାଲ କଲେଜ, ସମ୍ବଲପୁର ଜିଲ୍ଲାର ନାକଟିଦେଉଳ କଲେଜ, ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ପୁରୀ ଜିଲ୍ଲା ବଳଙ୍ଗା କଲେଜ, ଯାଜପୁର ଜିଲ୍ଲା ବିଷ୍ଣୁ ସାମନ୍ତରାୟ କଲେଜରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ଆର୍ଥିକ ଅନୁଦାନ ଦ୍ବାରା ଶିକ୍ଷାନୁଷ୍ଠାନର ବିଭିନ୍ନ ଭିତ୍ତିଭୂମି ନିର୍ମାଣ ସହ ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରି ଓ କଲେଜର ସୌନ୍ଦର୍ଯ୍ୟୀକରଣ କାମ ହାତକୁ ନିଆଯାଇଛି। ଏଥିସହ ଛାତ୍ରଛାତ୍ରୀଙ୍କ ଫିଟନେସ୍ ପାଇଁ ରହିଥିବା ଅତ୍ୟାଧୁନିକ ଜିମ୍‌ର ନବୀକରଣ କରାଯିବ। ପାନୀୟ ଜଳ ଓ ଶୌଚାଳୟ ନିର୍ମାଣ ଲାଗି ପଦକ୍ଷେପ ନିଆଯିବ ବୋଲି ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe