ଜରୁରୀକାଳୀନ ଆବଶ୍ୟକତା ପାଇଁ ଏକକ ଫୋନ୍‌ ନମ୍ବର ୧୧୨ ଜାରି କଲେ ରାଜ୍ୟ ସରକାର

Advertisment
ଜରୁରୀକାଳୀନ ଆବଶ୍ୟକତା ପାଇଁ ଏକକ ଫୋନ୍‌ ନମ୍ବର ୧୧୨ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ନାଗରିକ-କେନ୍ଦ୍ରିତ ପ୍ରଶାସନରେ ୫-ଟି ସୂତ୍ର ପ୍ରୟୋଗର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ସରକାର ଏକକ ଜରୁରୀକାଳୀନ ଫୋନ ନମ୍ବର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହା ଫଳରେ ଜଣେ ନାଗରିକଙ୍କୁ ବିଭିନ୍ନ ଜରୁରୀ ସରକାରୀ ସେବା ପାଇଁ ଆଉ ‌ଅନେକ ନମ୍ବର ମନେ ରଖିବାକୁ ପଡ଼ିବ ନାହିଁ। ନୂଆ ନମ୍ବର ୧୧୨କୁ ଫୋନ କଲେ ଜରୁରୀ ସେବା ମିଳି ପାରିବ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀକାଳୀନ ସେବା ଯୋଗାଣ ସମ୍ବନ୍ଧୀୟ ଏକ ଉଚ୍ଚ ସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡ଼ିଛି। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଏକକ ଫୋନ ନମ୍ବର ମାଧ୍ୟମରେ ଜରୁରୀକାଳୀନ ସେବା ଯୋଗାଣ ସମ୍ବନ୍ଧିତ ଅନ୍ତଃବିଭାଗୀୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଶ୍ରୀ ଚୋପ୍ରା ଜଣାଇଥିଲେ ଯେ, ଇତି ମଧ୍ୟରେ ୧୧୨ ଫୋନ ନମ୍ବରକୁ କାର୍ଯ୍ୟକାରୀ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜରୁରୀକାଳୀନ ‌ପୁଲିସ ଏବଂ ଅଗ୍ନିଶମ ସେବାକୁ ଏହା ସହ ସମ୍ବନ୍ଧିତ କରାଯାଇଛି। ଏହି ନୂଆ ନମ୍ବର ବିଷୟରେ ଲଗାତାର ଭାବେ ଜନସଚେତନତା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe