ଝାରପଡ଼ା ଜେଲରୁ ଫୋନ୍ ଜବତ ଘଟଣା: ମୋବାଇଲରେ କଥା ହେଉଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

Advertisment
ପ୍ରଦୀପଙ୍କ ନାଁରେ ଟଙ୍କା ଠକେଇ ମାମଲାରେ ନୂଆ ମୋଡ଼

Sambad English

ଭୁବନେଶ୍ବର : ଝାରପଡ଼ା ଜେଲରୁ ମୋବାଇଲ ଫୋନ ଜବତ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍‌ ଭିତରେ ଏକ ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଦଫାରେ ଯେଉଁ ୭ଟି ମୋବାଇଲ ଜବତ ହୋଇଥିଲା, ସେଥିରୁ ଗୋଟିଏ ଫୋନରେ ବିଧାୟକ କଥାବର୍ତ୍ତା ହେଉଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ସମ୍ପର୍କୀୟ ଓ ଚିହ୍ନାପରିଚିତ ଲୋକଙ୍କ ସହ କଥା ହେଉଥିଲେ ବୋଲି କୁହାଯାଉଛି। ଏ ବାବଦରେ ଜେଲ ବିଭାଗ ଓ ପୁଲିସକୁ ତଥ୍ୟ ମିଳିଛି। କିନ୍ତୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେଉଥିବାରୁ ଏ ସମ୍ପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ଏହି ଫୋନ୍ କାହାର ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଜେଲରେ ପୂର୍ବରୁ ବିଚାରାଧୀନ ବନ୍ଦୀ ଥିବା ଜଣେ କୁଖ୍ୟାତ ଅପରାଧୀର ବୋଲି କୁହାଯାଉଛି। ସମ୍ପୃକ୍ତ ଅପରାଧୀକୁ ମଧ୍ୟ ପୂର୍ବରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଅଧିକ ଖୋଳତାଡ଼ ଜାରି ରହିଛି।

ତେବେ ଯେଉଁ ଅସାଧୁ କର୍ମଚାରୀ ଜେଲ ଭିତରକୁ ଫୋନ୍ ନେଇ ଯାଉଥିଲେ, ସେମାନଙ୍କ ବିରୋଧରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୧୫ଦିନ ଭିତରେ ଝାରପଡ଼ା ଜେଲରୁ ବିଭିନ୍ନ ସମୟରେ ୧୭ଟି ମୋବାଇଲ ଫୋନ୍ ଜବତ ହୋଇଛି। ବିଭିନ୍ନ ୱାର୍ଡର ଚଟାଣ, କାନ୍ଥ ଭିତରୁ ମୋବାଇଲ ଫୋନ୍ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe