ଫୋନ୍‌ ଟ୍ୟାପିଂ ମାମଲା: ରାଜ୍ୟପାଳଙ୍କୁ କଂଗ୍ରେସର ସ୍ମାରକପତ୍ର

Advertisment
ଫୋନ୍‌ ଟ୍ୟାପିଂ ମାମଲା: ରାଜ୍ୟପାଳଙ୍କୁ କଂଗ୍ରେସର ସ୍ମାରକପତ୍ର

ଭୁବନେଶ୍ବର : ଇସ୍ରାଇଲର ପେଗାସସ୍‌ ସଫ୍ଟୱେର ଦ୍ବାରା କଂଗ୍ରେସ ଦଳର ନେତୃବୃନ୍ଦଙ୍କ ଫୋନ୍‌କୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବେଆଇନ ଭାବେ ଟ୍ୟାପିଂ କରାଯାଇଥିଲା। ଏହାଦ୍ବାରା ଟ୍ୟାପିଂ ହୋଇଥିବା ବ୍ୟକ୍ତିବିଶେଷଙ୍କ ଗତିବିଧି, କଥାବର୍ତା ଓ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା। ଯାହାକି ସମ୍ବିଧାନର ଧାରା ୨୧ର ଉଲ୍ଲଂଘନ କରୁଛି। ଏହାର ପ୍ରତିବାଦରେ ବୁଧବାର ରାଜ୍ୟ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ସହିତ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି।

ପେଗାସସ୍ ସଫ୍ଟୱେର ଦ୍ବାରା କଂଗ୍ରେସର ସର୍ବଭାରତୀୟ ସଭାପତି ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ତୁଙ୍ଗ ନେତା, ସାମାଜିକ କର୍ମୀ, ବରିଷ୍ଠ ସାମ୍ବାଦିକଙ୍କ ଫୋନ୍ ଟ୍ୟାପିଂ କରାଯାଇଥିଲା। ଏଭଳି କାର୍ଯ୍ୟକଳାପ ଦେଶଦ୍ରୋହ ସହିତ ସମାନ। ଇସ୍ରାଇଲର ଏହି କମ୍ପାନି କେବଳ ଏକ ଦେଶର ସରକାରଙ୍କ ସହିତ କାମ କରିଥାନ୍ତି। ତେଣୁ ଗୁପ୍ତ ଫୋନ୍ ଟ୍ୟାପିଂ କାର୍ଯ୍ୟକଳାପ କେନ୍ଦ୍ର ସରକାର ଅର୍ଥାତ୍ ନରେନ୍ଦ୍ର ମୋଦୀ ସରକାର ହିଁ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିନା ସହମତି ଓ ସହଯୋଗରେ ଏଭଳି ଗୁପ୍ତରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ଫୋନ୍ ଟ୍ୟାପିଂ ହେବା ବିଶ୍ବାସଯୋଗ୍ୟ ନୁହେଁ। ତେଣୁ ସର୍ବଭାରତୀୟ ଜାତୀୟ କଂଗ୍ରେସର ନିଷ୍ପତ୍ତିକ୍ରମେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ପ୍ରତିନିଧି ଦଳରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ପିସିସି ଗଣମାଧ୍ୟମ କମିଟିର ଅଧ୍ୟକ୍ଷ ଗଣେଶ୍ବର ବେହେରା, ଦେବାଶିଷ ପଟ୍ଟନାୟକ, ସ୍ମତିରଂଜନ ଲେଙ୍କା, ୟାସିର ନୱାଜ, ଶିବାନନ୍ଦ ରାୟ, ଯଜ୍ଞେଶ୍ବର ବାହୁ, ବିଶ୍ବଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଦୀପକ ମହାପାତ୍ର, ସସ୍ମିତା ବେହେରା, ଅଶୋକ ଦାସ ଓ ଅନ୍ୟାମାନେ ‌ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe